Cricket

କ୍ରିକେଟରେ କରୋନା କାଳ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ପୁଣି ଘାରିଲା ମହାମାରୀ କରୋନାର କାଳ । କରୋନା ପ୍ରକୋପରେ ଆରମ୍ଭ ହେବା ପୂର୍ବରୁ ହିଁ ସ୍ଥଗିତ ରହିଛି ଇଙ୍ଗ ଟୁର୍ଣ୍ଣାମେଣ୍ଟ । ଏକାଧିକ ଖେଳାଳୀ କରୋନାରେ ଆକ୍ରାନ୍ତ ହେବା ପରେ ରଣଜୀ ଟ୍ରଫିକୁ ସ୍ଥଗିତ ରଖିଛି ବିସିସିଆଇ ।

ସୂଚନା ଅନୁଯାୟୀ, ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିକୁ ସ୍ଥଗିତ ରଖାଯାଇଛି । ଏଥିସହିତ କରୋନା ପ୍ରଭାବରୁ ବଞ୍ଚାଇବା ପାଇଁ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବନ୍ଦ ରଖିଛି ବିସିସିଆଇ । ଏଥିରେ କୁଚ ବିହାର ୧୯ ବର୍ଷରୁ କମ ନକଆଉଟ ମୁକାବିଲା ମଧ୍ୟ ସାମିଲ ରହିଛି ।

ରଣଜୀ ଟ୍ରଫି ଏବଂ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଖେଳାଯିବାକୁ ଥିବା ବେଳେ ସିନିୟର ମହିଳା ଟି-୨୦ ଲିଗ୍ ଫେବୃଆରୀର ଆରମ୍ଭ ହେବାର କାର୍ୟ୍ୟକ୍ରମ ରହିଥିଲା। କିନ୍ତୁ ବର୍ଦ୍ଧିତ କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି।

Related posts

ଘରୋଇ ମାଟିରେ ଟେଷ୍ଟ ଜିତିବା ଟିମ୍ ଇଣ୍ଡିଆ ପାଇଁ ସହଜ ହେବ ନାହିଁ, ଅଧିନାୟକ ଶୁଭମନ ଗିଲ୍ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି

Odisha Sports Bureau

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇର ଭାରତୀୟ ଦଳ ଘୋଷଣା

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ୍ ଷ୍ଟୋକ୍ସ