Cricket

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି

ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ ଓ ସେମାନଙ୍କ ମଧ୍ୟରେ ୧୫୦ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଭାରତକୁ ୨୮୦ ରନରୁ ଅଧିକ ଅଗ୍ରଣୀ କରିଛି, ଯାହା ଇଂଲଣ୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ପଡିବ । ପନ୍ତ ୧୧୮ ଓ ରାହୁଲ ୧୩୭ ରନ କରିଥିଲେ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୪ ୱିକେଟରେ ଦଳ ୨୮୭ ରନ କରିଥିବା ବେଳେ ୩୬୪ରେ ଅଲଆଉଟ ହୋଇ ଯାଇଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍‌ ନହରାଇ ୨୧ ରନ୍‌ କରିନେଇଛି ।

ତେବେ ଋଷଭ ପନ୍ତ ଗୋଟିଏ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ ପ୍ରଥମ ଇନିଂସରେ ୧୩୪ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୩୦ ବଲରେ ନିଜର ଅଷ୍ଟମ ଟେଷ୍ଟ ଶତକ ପୂରଣ କରିଛନ୍ତି । ଏହା ସହ ସେ ଏକ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓ ଏସୀୟ ଉଇକେଟକିପର ତଥା ଦ୍ୱିତୀୟ ବିଶ୍ୱ ଉଇକେଟକିପର ବନିଛନ୍ତି । ଅନ୍ୟପଟେ କେଏଲ ରାହୁଲ ନିଜର ନବମ ଟେଷ୍ଟ ଶତକ ସହ ଏକ ଅସାଧାରଣ ପ୍ରଦର୍ଶନ ଦେଖାଇଛନ୍ତି । ୨୦୨ ବଲରେ ସେ ଏହି ଶତକ ହାସଲ କରିଥିଲେ, ଯେଉଁଥିରେ ସେ ସଂଯମୀ ଓ ଆକର୍ଷଣୀୟ ବ୍ୟାଟିଂର ନମୁନା ଦେଖାଇଛନ୍ତି । ପ୍ରଥମ ଇନିଂସରେ ୪୨ ରନରେ ଆଉଟ ହେବା ପରେ ରାହୁଲ ଦ୍ୱିତୀୟ ଇନିଂସରେ ଧୈର୍ଯ୍ୟ ଓ କୌଶଳର ସହ ବ୍ୟାଟିଂ କରି ଇଂଲଣ୍ଡ ବୋଲରମାନଙ୍କୁ ପ୍ରତିହତ କରିଥିଲେ ।

Related posts

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

Odisha Sports Bureau