Badminton

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

ବ୍ୟୁରୋ-: ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ସଟଲର୍ ତନଭି ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି । ରବିବାର ୧୬ବର୍ଷୀୟା ତନଭି ମହିଳା ଏକକ ସେମିଫାଇନାଲ୍‌‌ରେ ସପ୍ତମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍‌ର ପୋଲିନା ବୁରୋଭାଙ୍କୁ ମାତ୍ର ୩୪ ମିନିଟ୍‌ରେ ୨୧-୧୪, ୨୧-୧୬ରେ ହରାଇଥିଲେ । ଏଥିସହ ତନଭି ଏହି ୟୁକ୍ରେନ୍‌ ଖେଳାଳିଙ୍କ ବିପକ୍ଷରେ ଦ୍ୱିତୀୟ ବିଜୟ ଅର୍ଜନ କରିବା ସହ ବିଶ୍ୱ ଟୁର୍ ଇଭେଣ୍ଟର ଫାଇନାଲ୍‌ ପହଞ୍ଚିବାରେ ସବୁଠୁ କନିଷ୍ଠ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ତେବେ ତନଭି ଫାଇନାଲ ପର୍ଯ୍ୟନ୍ତ ୟୁଏସ୍ ଓପନ୍‌ରେ ଗୋଟିଏ ବି ଗେମ୍ ହାରି ନଥିଲେ , ପୂର୍ବ ଚାରୋଟି ମ୍ୟାଚ୍ ଦ୍ୱିତୀୟ ସେଟ୍‌ରେ ଜିତି ନେଇଥିଲେ ତନଭି । ଫାଇନାଲ୍‌ରେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାର ବିୱେନ୍‌ ଝାଙ୍ଗଙ୍କୁ ଭେଟିବେ। ପୁରୁଷ ଏକକରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଆୟୁଷ କଡ଼ା ସଂଘର୍ଷ ପରେ ୨୧-୨୩, ୨୧-୧୫, ୨୧-୧୪ରେ ବିଶ୍ୱର ୬ ନମ୍ବର ଚାଇନିଜ୍‌ ତାଇପେର ଚୌଉ ତିନ ଚେନ୍‌ଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ରେ ଆୟୁଷ ତୃତୀୟ ମାନ୍ୟତାପ୍ରାପ୍ତ କାେନାଡ଼ାର ବ୍ରାଏନ ୟଙ୍ଗ୍‌ଙ୍କୁ ଭେଟିବେ ।

Related posts

୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ଏସିୟା ଟ୍ରାଏଲରୁ ବାଦ ପଡିଲେ ସାଇନା