Cricket

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ-: ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଏଜବେଷ୍ଟନ ମଇଦାନରେ ଇଂଲଣ୍ଡକୁ ଦ୍ବିତୀୟ ଟେଷ୍ଟରେ ୩୩୬ ରନରେ ହରାଇଛି । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ଏବେ ୩ୟ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏଜବେଷ୍ଟନରେ ଭାରତ ଜିତିବା ପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ଖୁସି ବ୍ୟକ୍ତ କରିଛନ୍ତି । କୋହଲି ଶୁବମନ ଗିଲଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ଶୁବମନ ଗିଲ ପ୍ରଥମ ପାଳିରେ ୨୬୯ କରିଥିବା ବେଳ ଦ୍ବିତୀୟ ପାଳିରେ ୧୬୧ ରନ୍ କରିଥିଲେ । ଏହାସହିତ କୋହଲି ମହମ୍ମଦ ସିରାଜ ଏବଂ ଆକାଶ ଦୀପଙ୍କ ବୋଲିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau

କିକ୍ରେଟ ଜଗତର ବିଦାୟ ନେଲେ ପିଟର୍ ସିଡଲ୍

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରି

Odisha Sports Bureau