Cricket

ହେବନି ପାକିସ୍ତାନ-ଆଫଗାନିସ୍ତାନ ସିରିଜ

ଋିପୋର୍ଟର୍ସ ଟୁଡେ: ପରବର୍ତ୍ତୀ ମାସରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ନେଇ ପୁଣି ଚର୍ଚ୍ଚା । ଏହି ସିରିଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଜଣାପଡିଛି । ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଆଫଗାନିସ୍ତାନର କ୍ରିକେଯ ବୋର୍ଡ ପରସ୍ପର ଆଲୋଚନା କରିବା ପରେ ସିରିଜ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତ୍ୁ ଏବେ ଏ ନେଇ ଆସିଛି କିଛି ଭିନ୍ନ ରିପୋର୍ଟ । ଆଫଗାନିସ୍ତାନ ଉପରେ ତାଲିବାନ ଜବରଦଖଲ କରିବା ପରେ ସେଠାକାର ପରିସ୍ଥିତି ଏବେ ଜଟିଳ ରହିଛି । ଯାହା ଫଳରେ ଶ୍ରୀଲଙ୍କା ଗସ୍ତ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଆଫଗାନ ଖେଳାଳୀ । ଦେଶର ଏପରି ସ୍ଥିତିକୁ ନେଇ ମାନସିକ ଚାପରେ ରହୁଥିବାରୁ ମ୍ୟାଚ ଖେଳିବା ନେଇ କୁଣ୍ଠାବୋଧ କରିଥିଲେ । ତେଣୁ ଏହି ସିରିଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଏହାପରେ ଆସନ୍ତା ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଖେଳିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି ।

Related posts

ଆଜି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବ ବିଗ ଫାଇଟ୍

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ

ଗୌତମ ଗମ୍ଭୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ…

Odisha Sports Bureau