More Sports

ସରିଲା ବଜରଙ୍ଗ ପୁନିଆଙ୍କ ସିଜନ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ ଝଟକା । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତକୁ ଗୌରବାନ୍ୱିତ କରୁଥିବା ବଜରଙ୍ଗ ଆହତ ହୋଇଥିବା ଜଣାପଡିଛି । ଯାହାଫଳରେ ତାଙ୍କୁ ବିଶ୍ୱ ରେସଲିଂ ଚମ୍ପିଆନସିପରୁ ଓହରିବାକୁ ପଡିଛି । ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ଆସନ୍ତା ୬ ମାସ ତାଙ୍କୁ ରିହାବିଲିଟେସନରେ ରହିବେ । ତେବେ ବିଶ୍ୱ ରେସଲିଂ ଚମ୍ପିଆନସିପ ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଥିବାରୁ ଏଥିରେ ଭାଗ ନେଇ ପାରିବେନି ବଜରଙ୍ଗ ପୁନିଆ । ଜୁନ୍ ମାସରେ ରୁଷରେ ଆୟୋଜିତ ଅଲି ଅଲିଏଭ୍ ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ ଆହତ ହେବା ପରେ ଏମଆରଆଇ ସ୍କାନ୍ କରାଇବା ସହ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ସ୍ପୋର୍ଟ୍ସ ମେଡିସିନ୍ ସେଣ୍ଟରର ଡାକ୍ତର ଦିନଶା ପରଦିୱାଲାଙ୍କ ଠାରୁ ପରାମର୍ଶ ନେଇଥିଲେ । ଆଘାତକୁ ଦେଖି ଡାକ୍ତର ତାଙ୍କୁ ୬ ମାସ ପର୍ଯ୍ୟନ୍ତ ରିହାବିଲିଟେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ ଏ ଘଟଣା ସମ୍ପର୍କରେ ବଜରଙ୍ଗ ନିଜେ ନ୍ୟୁଜ ଏଜେନ୍ସିକୁ ସ୍ପଷ୍ଟ କରିଛନ୍ତି । ଏତି ସହିତ ଚଳିତ ବର୍ଷ ଆଉ କୌଣସି ପ୍ରତିଯୋଗିତା ନଥିବାରୁ ଏଡିଠାରେ ତାଙ୍କ ପ୍ରତିଯୋଗିତା ଶେଷ ହେଉଛି ବୋଲି କହିଛନ୍ତି ବଜରଙ୍ଗ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆହତ ହେବାରୁ ସେମିଫାଇନାଲ୍ ମୁକାବିଲାର ଅଧାରୁ ଓହରି ଯାଇଥିଲେ । ତେବେ ପରେ ବଜରଙ୍ଗ ଅଲିମ୍ପିକ୍ସରେ ୬୫ କେଜି ବର୍ଗରେ ଭାଗ ନେଇ ଦେଶକୁ ବ୍ରୋଞ୍ଜ ପଦକ ଜିତାଇଥିଲେ । ଏ ନେଇ ବଜରଙ୍ଗ କହିଛନ୍ତି, ଏହା ମୋର ପ୍ରଥମ ଅଲିମ୍ପିକ୍ସ ଥିଲା ଏବଂ ମୁଁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖୁଥିଲି । ଟୋକିଓରେ ଯନ୍ତ୍ରଣା ସତ୍ତ୍ୱେ ଭାଗ ନେଲି । କିନ୍ତୁ ମୋତେ ଆଦୌ ରିସ୍କ ନେବାର ନଥିଲା ବୋଲି ବଜରଙ୍ଗ କହିଛନ୍ତି।

Related posts

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau

ଆମେରିକୀୟ ମହିଳା ଆମାଚ୍ୟୁର ଚାମ୍ପିଅନସିପରେ ପ୍ରଥମ ଭାରତୀୟ

Odisha Sports Bureau