More Sports

ପାରା ଅଲିମ୍ପିକକୁ ନିଆରା ଶୁଭେଚ୍ଛା

ଟୋକିଓ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ-୨୦୨୦ । ନ୍ୟାସନାଲ ଷ୍ଟାଡିୟମରେ ଏହି ଅଲିମ୍ପିକର ଆୟୋଜନ କରାଯାଉଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ ୪୫୩୭ ଜଣ କ୍ରୀଡାବିତ ଭାଗ ନେଉଥିବା ଏହି ଅଲିମ୍ପିକର ଉଦଘାଟନ କରିବେ ସମ୍ରାଟ ନାରୁହିଟୋ । ତେବେ ମୋଟ ୨୨ଟି କ୍ରୀଡାରେ ଆୟୋଜିତ ହେବ ୫୩୯ଟି ଇଭେଣ୍ଟ । କେବଳ ଟୋକିଓ ନୁହେଁ ସାରା ବିଶ୍ୱରେ କୋରୋନା ସଂକ୍ରମଣର ସ୍ଥିତି ଏବେ ବି ଗମ୍ଭୀର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜାପାନରେ ୨୨,୨୮୫ରୁଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ପ୍ରାଣ ହରାଇଛନ୍ତି । ଏହା ପରେ ମଧ୍ୟ ଏଠାରେ କ୍ରୀଡା ଆୟୋଜିତ ହେଉଛି । ତେବେ ଏଠାକୁ ଦର୍ଶକମାନଙ୍କୁ ଅନୁମତି ମିଳିନାହିଁ । ଉଦ୍ଘାଟନୀ ଉତ୍ସବରେ ମାରିଆପ୍ପାନ ଥଙ୍ଗାଭେଲୁ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । ତାଙ୍କ ସହ ମୋଟ୍ ୧୧ ଜଣ ଉତ୍ସବରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ଏଥର ମୋଟ୍ ୫୪ ଜଣ ଭାରତୀୟ ଟୋକିଓ ଟିକେଟ୍ ହାସଲ କରିଛନ୍ତି। ବ୍ୟାଡମିଣ୍ଟନ ଏହି ପାରାଲିମ୍ପିକ୍ସରେ ପଦାର୍ପଣ କରିବ । ଅନ୍ୟ ପରେ ଟୋକିଓ ପାରାଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛି।

Related posts

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର

୬ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମୁଷ୍ଟିଯୋଦ୍ଧା

Odisha Sports Bureau