Cricket

ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍‌

ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍‌ । ୫ ଟିକିଆ ଟେଷ୍ଟ୍‌ ମ୍ୟାଚ୍‌ ସିରିଜ୍‌ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୫ ୱିକେଟ୍‌ରେ ପରାଜିତ କରିଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌କୁ ଭାରତ ୩୩୬ ରନ୍‌ରେ ଜିତି ନେଇଛି । ଏହି ମ୍ୟାଚ୍‌ କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ୍ ଷ୍ଟାଡିୟମ୍‌ରେ ଖେଲାଯିବ । ଏହି ମ୍ୟାଚ୍‌ରେ ଯିଏ ବିଜୟ ହାସଲ କରିବ ସେହି ଟିମ୍‌ ସିରିଜ୍‌ରେ ଲିଡ୍‌ ହାସଲ କରିବ । ଏଥିନେଇ ଉଭୟ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଲର୍ଡସରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଚୂଡାନ୍ତ  ଏକାଦଶ ଘୋଷଣା କରିଛି ଇଂଲଣ୍ଡ ଟିମ୍‌ । ତୃତୀୟ ଟେଷ୍ଟ ପାଇଁ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଇଂଲଣ୍ଡ ଟିମରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଛି । ଆଘାତ ଯୋଗୁଁ ଗତ ୪ ବର୍ଷ ଧରି ଦଳ ବାହାରେ ଥିଲେ ଜୋଫ୍ରା ଆର୍ଚର ।

ସେହିପରି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବର୍ମିଂହାମ ଟେଷ୍ଟରୁ ଦ୍ରୁତ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଭାରତ ବିଶ୍ରାମ ଦେଇଥିଲା। ହେଲେ ଲର୍ଡସ ଟେଷ୍ଟରେ ସେ ଫେରିବେ ବୋଲି ଅଧିନାୟକ ଗିଲ୍ ସ୍ପଷ୍ଟ ସୂଚନା ଦେଇଛନ୍ତି । ତାଙ୍କ ଉପସ୍ଥିତି ପାଇଁ ଭାରତର ବୋଲିଂ ଶକ୍ତି ନିଶ୍ଚିତ ଭାବେ ବଢ଼ିବ । ବୁମ୍‌ରା ଫେରିଲେ କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣା ଦଳରୁ ବାଦ୍ ପଡ଼ିବେ। ତେବେ ଭାରତ ଏପର୍ଯ୍ୟନ୍ତ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇ ନାହିଁ । ଲର୍ଡସରେ ବାମହାତୀ ସ୍ପିନରଙ୍କ ରେକର୍ଡ ସେତେଟା ଖରାପ ନଥିବାରୁ ଶୃଙ୍ଖଳାରେ ପ୍ରଥମ ଥର ତାଙ୍କୁ ସୁଯୋଗ ଦେବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ । ଯଦି ସେମିତି ହୁଏ ୱାସିଂଟନ୍ ସୁନ୍ଦର ବାଦ୍ ପଡ଼ି ପାରନ୍ତି । କିମ୍ବା ବ୍ୟାଟିଂ ଗଭୀରତାକୁ ଉତ୍ସର୍ଗ କରି ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତ ଖେଳାଇପାରେ। ନୀତୀଶ କୁମାର ରେଡ୍ଡୀ ଓ କରୁଣ ନାୟର ଶୃଙ୍ଖଳାରେ ସେମିତି କିଛି ଭଲ ପ୍ରଦର୍ଶନ କରି ନାହାନ୍ତି । ଦଳ ତାଙ୍କୁ ଆଉ ଏକ ସୁଯୋଗ ଦେବ ନା ନାହିଁ ତାହା ଅସ୍ପଷ୍ଟ ।

Related posts

୪୦ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ପ୍ରିୟଜନଙ୍କୁ ଦେଉଛନ୍ତି ଦାମୀ ଉପହାର…

Odisha Sports Bureau

15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏହି 15 ଟି ରେକର୍ଡ କରିଛନ୍ତି, ଯାହା ଭାଙ୍ଗିବା ଅସମ୍ଭବ ଅଟେ

Odisha Sports Bureau

ଭାରତୀୟ କ୍ରିକେଟ୍ ଦଳର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଶେଟ୍ ନିଜ ପଦ ଛାଡ଼ିଛନ୍ତି