Athletics

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

ଭୁବନେଶ୍ୱର:- ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ  ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ପଦକ  ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି । କ୍ରୀଡ଼ାବିତଙ୍କ ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଆମେରିକାର ବର୍ମିଂହାମରେ ଜୁନ୍ ୨୭ ରୁ ଜୁଲାଇ ୬, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ୭ ଜଣ ଓଡ଼ିଶା ପୋଲିସ କର୍ମଚାରୀ (୫ ପୁରୁଷ ଏବଂ ୨ ମହିଳା)ଙ୍କ ଏକ ଦଳ ଭାରତୀୟ ପୋଲିସ ଦଳର ପ୍ରତିନିଧିତ୍ୱ କରି ୨୦ ପଦକ ବିଜୟୀ ହୋଇ ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖିଛନ୍ତି । ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରିଛନ୍ତି ।

Related posts

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍

Leave a Comment