Uncategorized

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

ଭୁବନେଶ୍ୱର;ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି । ଏହି ୩ଜଣ ହେଲେ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍ ଓ ଶିଳାନନ୍ଦ ଲାକ୍ରା । ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ୨୪ ଜଣିଆ ଦଳ ଘୋଷଣା ହୋଇଛି । ଦଳର ନେତୃତ୍ୱଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି । ଏସିଆ କପ୍ ବିଜେତା ସିଧାସଳଖ ବିଶ୍ୱକପ୍ ଯୋଗ୍ୟତା ନିଶ୍ଚିତ ଥିବାରୁ ଏହି ପ୍ରତିଯୋଗିତା ଗୁରୁତ୍ୱ ରଖୁଛି ।

ବିହାରର ରାଜଗିରିଠାରେ ଚଳିତମାସ ୨୯ ତାରିଖରୁ ହେବାକୁ ଥିବା ଏସିଆ କପ୍ ଭଳି ଗୁୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପୂର୍ବରୁ ଏହି ଗସ୍ତରେ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି ।ଭାରତୀୟ ହକି ଦଳ; ଗୋଲି-କୃଷଯଣ ବି ପାଠକ, ଡିଫେଣ୍ଡର ସୁମିତ୍, ସୂରଜ ରକେରା, ଜର୍ମନପ୍ରୀତ ସିଂହ, ହର୍ମନପ୍ରୀତ୍ ସିଂହ, ଅଧିନାୟକ, ଅମିତ ରୋହିତଦାସ ,ଯୁବରାଜ ସିଂହ, ,ପୂଭାନ୍ନା ସିବି, ମିଡଫିଲ୍ଡର –ରାଜିନ୍ଦର ସିଂହ, ରାଜକୁମାର ପାଲ, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ , ବିବେକ ସାଗର, ପ୍ରସାଦ ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ, ଫରୱାର୍ଡ-ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ସେଲ୍‌ଭାମ କାର୍ତ୍ତି, ଆଦିତ୍ୟ ଲାଲାଗେ। ଅଷ୍ଟ୍ରେଲିଆ ଗସ୍ତରେ ଭାରତ‌ ଅଗଷ୍ଟ ୧୫ରୁ ୨୧ ତାରିଖ ମଧ୍ୟରେ ପର୍ଥରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ ଖେଳିବ।

Related posts

ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସର ପ୍ରଥମ ହିଟରେ ୪ର୍ଥ ସ୍ଥାନରେ ରହିଛନ୍ତି ବଲରାଜ

ଏସିଆନ୍ ଗେମ୍ସର ୨୦୨୩: ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ

Odisha Sports Bureau

୨ୟ ଟେଷ୍ଟ ଖେଳିବେ ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ

Odisha Sports Bureau