Cricket

୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଓ୍ବିକେଟ୍ ରେ ବିଜୟୀ ହୋଇଛି । ଦ୍ୱିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିଛି । ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୨୨ ବଲ ବାକି ଥାଇ ୮ ଓ୍ବିକେଟ୍ ବିନିମୟରେ ଟାର୍ଗେଟ ପୂରଣ କରିନେଇଥିଲା ।

India vs Australia, 2nd ODI Highlights: Australia Beat India By 2 Wickets  And Seal The Series With 2-0 | Cricket News | Zee News

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୬୪ ରନ କରିଥିଲା ଟିମ୍ ଇଣ୍ଡିଆ । ଏହାର ଜବାବରେ ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା। ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ୱିକେଟ ହରାଇ ୨୬୫ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥ୍ୟୁ ସର୍ଟ ସର୍ବାଧିକ ୭୪ ଏବଂ କୁପର କନୋଲୀ ୬୧ ରନ କରି ଦଳର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ ଓ୍ବିକେଟ୍ ନେଇଥିଲେ । ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ । ମ୍ୟାଚରେ ମୋଟ୍ ୪ଟି ଓ୍ବିକେଟ୍ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ଆଡାମ୍ ଜାମ୍ପା ।

India slammed for 'lack of intent, poor selections' in Adelaide as Australia  clinch ODI series with match to spare – Firstpost

Related posts

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau

ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ

Odisha Sports Bureau