Cricket

ଆଠଟି ବଲ୍‌ରେ ଲଗାତାର ଆଠଟି ଛକା

ଛଅଟି ବଲରେ, ଛଅଟି ଛକା । ଏହି ରେକର୍ଡ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଯୁବରାଜ ସିଂହ ୨୦୦୮ ମସିହା  ଟି-୨୦ ବିଶ୍ୱକପରେ ଏହି ରେକର୍ଡ କରିଥିଲେ । ରବି ଶାସ୍ତ୍ରୀ ମଧ୍ୟ ରଣଜୀ ଟ୍ରଫିରେ ଏହି ସଫଳତା ଆଗରୁ ପାଇ ସାରିଛନ୍ତି । ଆଉ ଏବେ ପୁଣି ଏହି ରେକର୍ଡର ପୂନରାବୃତ୍ତି ହୋଇଛି । ହେଲେ ଏଥର ଗୋଟିଏ ଓଭରରେ କେବଳ ଛଅଟି ଛକା ନୁହେଁ, ବରଂ ଗୋଟିଏ  ଓଭର ସମେତ ଆଠଟି ବଲ୍‌ରେ ଲଗାତାର ଭାବରେ ଆଠଟି ଛକାର ରେକର୍ଡ ଦେଖିବାକୁ ମିଳିଛି ।

ଆଜି ସୁରଟରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚ୍‌ରେ କ୍ରିକେଟ୍ ଇତିହାସରେ ଏହି ପ୍ରମୁଖ ରେକର୍ଡ ସ୍ଥାପନ ହୋଇଥିଲା। ଏହି ସଫଳତା ମେଘାଳୟ ବ୍ୟାଟ୍ସମ୍ୟାନ୍ ଆକାଶ କୁମାର ଚୌଧୁରୀ ହାସଲ କରିଥିଲେ।୨୫ ବର୍ଷୀୟ ଆକାଶ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୪ ବଲ୍‌ରେ ୫୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହା ସହିତ, ସେ ମାତ୍ର ୧୧ ବଲ୍‌ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଦ୍ରୁତତମ ଖେଳାଳି ମଧ୍ୟ ହୋଇଗଲେ।

Related posts

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

Odisha Sports Bureau

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

Odisha Sports Bureau

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

Odisha Sports Bureau