Cricket

ODI ପ୍ଲେଇଂ ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ବାଦ ପଡିଲେ ରୋହିତ ଶର୍ମା

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ହାସିମ୍ ଆମଲା ନିକଟରେ ତାଙ୍କର ସର୍ବକାଳୀନ ୧୧ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ଯେଉଁଥିରେ ଅନେକ କିମ୍ବଦନ୍ତୀ ସାମିଲ ଅଛନ୍ତି। କିନ୍ତୁ ଆମଲା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଏଥିରୁ ବାଦ ଦିଆଯାଇଛି । ଯାହା ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଛି।
ଏକ ପଡକାଷ୍ଟ ଆଲୋଚନା ସମୟରେ, ଆମଲା ତାଙ୍କର ୧୧ ଜଣ ଖେଳାଳିଙ୍କ ନାମ ପ୍ରକାଶ କଲେ। ସେ ସଚିନ ତେନ୍ଦୁଲକର ଏବଂ ଆଡାମ ଗିଲକ୍ରିଷ୍ଟଙ୍କୁ ଓପନିଂ ଯୋଡ଼ି ଭାବରେ ଚୟନ କରିଥିଲେ। ବିରାଟ କୋହଲିଙ୍କୁ ତୃତୀୟ ସ୍ଥାନରେ ରଖାଯାଇଥିଲା, ବ୍ରାଏନ୍ ଲାରାଙ୍କୁ ଚତୁର୍ଥ ସ୍ଥାନରେ ରଖାଯାଇଥିଲା। ଆମଲାଙ୍କ ଅନୁସାରେ, “କୋହଲିଙ୍କ ସ୍ଥିରତା ଏବଂ ଲାରାଙ୍କ ଶ୍ରେଣୀ ଉଭୟ ସେମାନଙ୍କୁ ଏହି ତାଲିକାରେ ଅତ୍ୟାବଶ୍ୟକ କରିଥାଏ।” ସେ ତାଙ୍କ ସାଥୀ ଏବଂ ବନ୍ଧୁ ଏବି ଡିଭିଲିୟର୍ସଙ୍କୁ ପଞ୍ଚମ ସ୍ଥାନରେ ରଖିଥିଲେ। ସେ ଜ୍ୟାକ୍ କାଲିସ୍ଙ୍କୁ ଷଷ୍ଠ ସ୍ଥାନରେ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ୱିକେଟକିପର-ବ୍ୟାଟସମ୍ୟାନ୍ ଭାବରେ ସପ୍ତମ ସ୍ଥାନରେ ରଖିଥିଲେ। ବୋଲିଂ ବିଭାଗରେ, ଆମଲା ଦୁଇ ମହାନ ସ୍ପିନର, ମୁଥେଇଆ ମୁରଲୀଧରନ ଏବଂ ଶେନ୍ ୱାର୍ଣ୍ଣଙ୍କୁ ସାମିଲ କରିଥିଲେ। ଦ୍ରୁତ ବୋଲିଂ ପାଇଁ, ସେ ୱାସିମ ଆକ୍ରମ ଏବଂ ଡେଲ୍ ଷ୍ଟେନ୍ଙ୍କୁ ବାଛିଥିଲେ।

ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି, ଆମଲା ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରି ନଥିଲେ। ରୋହିତ ହେଉଛନ୍ତି ଙଊଓ ଇତିହାସରେ ଏକମାତ୍ର ବ୍ୟାଟସମ୍ୟାନ ଯିଏ ତିନୋଟି ଦ୍ୱିଶତକ ହାସଲ କରିଛନ୍ତି ଏବଂ ଙଊଓରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪) ର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି।
ତଥାପି, ରୋହିତଙ୍କୁ ଦିନିକିଆରେ ଛାଡି ଦେଇଥିବା ଆମଲା ଟି-୨୦ କ୍ରିକେଟରେ ରୋହିତଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ରୋହିତ ଶର୍ମା ଏବେ ବି ମୋର ପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ୨୦୧୪ରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ନେଇଥିଲେ। ତାଙ୍କ ପରେ ବିରାଟ କୋହଲି ମଧ୍ୟ ଟି-୨୦ କ୍ରିକେଟକୁ ଅଲବିଦା କହିଥିଲେ।

Related posts

ଭିତର ଖବର ଜଣାଇବାକୁ ସିରାଜଙ୍କୁ ପ୍ରସ୍ତାବ

Odisha Sports Bureau

ଓଡ଼ିଶା କିକ୍ରେଟ ଟିମରେ ଓଡ଼ିଆ ପୁଅ ସ୍ୱସ୍ତିକ

Odisha Sports Bureau

ସ୍ଲୋ ଓଭର ରେଟ୍ ନେଇ BCCI ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ବ୍ୟାନ୍