Cricket

ହିମାଚଳ ପ୍ରଦେଶ ବିପକ୍ଷରେ ପାଞ୍ଚ ୱିକେଟ୍ ଖସେଇଲେ ଶାମସ ମୁଲାନି

ପୁଣି ପଡିଆରେ ଦେଖିବାକୁ ମିଳିଲା ମୁଲାନିଙ୍କ ବୋଲିଂର କରାମତି । ପାଞ୍ଚଟି ୱିକେଟ୍ ଖସେଇଲେ, ମୁମ୍ବାଇର ଅଲରାଉଣ୍ଡର ଶାମସ ମୁଲାନି । ମୁଲାନିଙ୍କ ଏହି ୱିକେଟ୍, ମୁମ୍ବାଇକୁ ଜିତିବାରେ ବେଶ୍ ସହାୟକ ହୋଇଛି । ଯାହାଦ୍ବାରା ରଣଜୀ ଟ୍ରଫିର ତୃତୀୟ ରାଉଣ୍ଡରେ, ହିମାଚଳ ପ୍ରଦେଶ ବିପକ୍ଷରେ ମୁମ୍ବାଇ ବିଜୟ ହାସଲ କରିବା ସହିତ, ଏଲିଟ୍ “ଗ୍ରୁପ୍-ଡି”ର ଶୀର୍ଷରେ ପହଞ୍ଚିଛି । ଚାରିଟି ମ୍ୟାଚ୍ ପରେ ମୁମ୍ବାଇର ବର୍ତ୍ତମାନ 17 ପଏଣ୍ଟ ରହିଛି । ଅନ୍ୟପଟେ ଯଦି ଦେଖିବା, ମୁଲାନି ଏହି ସିଜନରେ ତୃତୀୟ ଥର ପାଇଁ ପାଞ୍ଚଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ସେ ଜମ୍ମୁ-କାଶ୍ମୀର ଏବଂ ଛତିଶଗଡ଼ ବିପକ୍ଷରେ ମଧ୍ୟ ପାଞ୍ଚ ୱିକେଟ୍ ନେଇଥିଲେ।

Related posts

ଛୁଟି ମନାଇବା ପାଇଁ ଫ୍ରାନ୍ସରେ ପହଞ୍ଚିଲେ ମାହି

ଆଇପିଏଲର ପ୍ଲେ ଅଫ ଦୌଡରୁ ବିଦା ହେଲା ପଞ୍ଜାବ କିଙ୍ଗସ

ଅଷ୍ଟ୍ରେଲିଆ ସିରିଜ୍ରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

Odisha Sports Bureau