Cricket

ମାତ୍ର କିଛି ମିନିଟରେ ସରିଗଲା ବାରବାଟୀ ମ୍ୟାଚ ଅନଲାଇନ ଟିକେଟ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଡିସେମ୍ବର ୯ରେ ଖେଳାଯିବ । ଏଥିପାଇଁ ସୋମବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକେଟ୍ ବିକ୍ରି । ପ୍ରଥମ ଟି-୨୦ ମ୍ୟାଚ୍‌ ପାଇଁ ସୋମବାର ଆରମ୍ଭ ହୋଇଥିଲା ଅନଲାଇନ୍‌ ମଧ୍ୟମରେ ଟିକେଟ୍‌ ବିକ୍ରି । ଗତ ରବିବାର ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟ୍‌ରେ ଲୋକେ ଟିକଟ ବୁକ୍ କରିପାରିବେ ବୋଲି କହିଥିଲେ ଓସିଏ ସମ୍ପାଦକ । କିନ୍ତୁ ଓ୍ବେବସାଇଟ୍‌ ଖୋଲୁ ଖୋଲୁ ସରି ଯାଇଥିଲା ସବୁ ଟିକେଟ୍‌ । ଅନଲାଇନ୍‌ରେ ଟିକେଟ୍‌ ବୁକ୍‌ କରି ମ୍ୟାଚ୍‌ ଦେଖିବାକୁ ଯିବାକୁ ଆଶା କରିଥିଲେ ହଜାର ହଜାର କ୍ରିକେଟ୍‌ ପ୍ରେମୀ । କିନ୍ତୁ ଅନଲାଇନ୍‌ ବୁକିଂ ଆରମ୍ଭ ହେବା ମାତ୍ରେ ହିଁ ସରି ଯାଇଥିଲା ସବୁ ଟିକେଟ୍‌ । ଯାହାଫଳରେ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି କ୍ରିକେଟ୍‌ ପ୍ରେମୀ ।

ତେବେ ଏଥର ଅନଲାଇନ୍‌ରେ ଉପଲବ୍ଧ ହୋଇଥିଲା ମାତ୍ର ୨ ହଜାର ଟିକେଟ୍‌ । ତେବେ ଯେଉଁମାନେ ଅନଲାଇନ୍‌ରେ ଟିକେଟ୍‌ କରିଛନ୍ତି ସେମାନେ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ଖୋଲିଥିବା ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌ ରିଡିମ୍‌ କରିପାରିବେ । ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରି ପାରିବେ ବୋଲି ଓସିଏ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକୁ ବିକ୍ରି କରାଯିବ ଟିକେଟ । ମୋଟ ୪୨ ହଜାର ଟିକେଟରୁ ୧୧ ହଜାର ଟିକେଟ କିଣିବେ ଅନୁବନ୍ଧିତ ୟୁନିଟ୍‌ ।

Related posts

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ମଇଦାନକୁ ଓହ୍ଲାଇବ ରାହୁଲ ସେନା

Odisha Sports Bureau

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି