Cricket

ମାତ୍ର କିଛି ମିନିଟରେ ସରିଗଲା ବାରବାଟୀ ମ୍ୟାଚ ଅନଲାଇନ ଟିକେଟ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଡିସେମ୍ବର ୯ରେ ଖେଳାଯିବ । ଏଥିପାଇଁ ସୋମବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକେଟ୍ ବିକ୍ରି । ପ୍ରଥମ ଟି-୨୦ ମ୍ୟାଚ୍‌ ପାଇଁ ସୋମବାର ଆରମ୍ଭ ହୋଇଥିଲା ଅନଲାଇନ୍‌ ମଧ୍ୟମରେ ଟିକେଟ୍‌ ବିକ୍ରି । ଗତ ରବିବାର ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟ୍‌ରେ ଲୋକେ ଟିକଟ ବୁକ୍ କରିପାରିବେ ବୋଲି କହିଥିଲେ ଓସିଏ ସମ୍ପାଦକ । କିନ୍ତୁ ଓ୍ବେବସାଇଟ୍‌ ଖୋଲୁ ଖୋଲୁ ସରି ଯାଇଥିଲା ସବୁ ଟିକେଟ୍‌ । ଅନଲାଇନ୍‌ରେ ଟିକେଟ୍‌ ବୁକ୍‌ କରି ମ୍ୟାଚ୍‌ ଦେଖିବାକୁ ଯିବାକୁ ଆଶା କରିଥିଲେ ହଜାର ହଜାର କ୍ରିକେଟ୍‌ ପ୍ରେମୀ । କିନ୍ତୁ ଅନଲାଇନ୍‌ ବୁକିଂ ଆରମ୍ଭ ହେବା ମାତ୍ରେ ହିଁ ସରି ଯାଇଥିଲା ସବୁ ଟିକେଟ୍‌ । ଯାହାଫଳରେ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି କ୍ରିକେଟ୍‌ ପ୍ରେମୀ ।

ତେବେ ଏଥର ଅନଲାଇନ୍‌ରେ ଉପଲବ୍ଧ ହୋଇଥିଲା ମାତ୍ର ୨ ହଜାର ଟିକେଟ୍‌ । ତେବେ ଯେଉଁମାନେ ଅନଲାଇନ୍‌ରେ ଟିକେଟ୍‌ କରିଛନ୍ତି ସେମାନେ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ଖୋଲିଥିବା ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌ ରିଡିମ୍‌ କରିପାରିବେ । ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରି ପାରିବେ ବୋଲି ଓସିଏ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକୁ ବିକ୍ରି କରାଯିବ ଟିକେଟ । ମୋଟ ୪୨ ହଜାର ଟିକେଟରୁ ୧୧ ହଜାର ଟିକେଟ କିଣିବେ ଅନୁବନ୍ଧିତ ୟୁନିଟ୍‌ ।

Related posts

ଆଜି ଟି ୨୦ସିରିଜର ଅନ୍ତିମ ଦିନ

Odisha Sports Bureau

ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ ଆୟୋଜିତ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau