Cricket

ଏଥର ରେଡ୍ ପିଚରେ ଖେଳାଯିବା ମ୍ୟାଚ୍

ବାରବାଟୀ ଷ୍ଟାଡିୟମରେ ଖେଳାହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ ତାରିଖରେ ମ୍ୟାଚ ଖେଳାଯିବ । ଏଥିପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍ । ଓସିଏର ଟେକ୍ନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟିର ବିଶେଷଜ୍ଞ ଓ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀ ମାନେ ବାରବାଟୀ ଷ୍ଟାଡିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀର ସ୍ଥିତି ଓ ମରାମତି କାମ ନିରୀକ୍ଷଣ କରିଛନ୍ତି । ଏଥର ପ୍ରଥମ ଥର ପାଇଁ ବାରବାଟୀର ଚତୁର୍ଥ ପିଚରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ । ପୂର୍ବରୁ କେବଳ ବ୍ଲାକ ପିଚରେ ଖେଳା ଯାଉଥିଲା । ମାତ୍ର ଏଥର ରେଡ୍ ପିଚରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇ ରୁ ଆସିଥିବା ନାଲି ଏବଂ ହଳଦିଆ ମାଟିର ମିଶ୍ରଣ ରେ ଏହି ପିଚ ପ୍ରସ୍ତୁତ କରାଯାଇଛି । ୩:୧ ଅନୁପାତ ରେ ମାଟିର ମିଶ୍ରଣ କରାଯାଇ ପିଚ ପ୍ରସ୍ତୁତ କରାଯାଇଛି । ମୁଖ୍ୟ ପିଚ୍ କ୍ୟୁରେଟର ବାରବାଟୀ ପିଚ୍ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ODISHA CRICKET ASSOCIATION

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ୩ଟି ଯାକ ମ୍ୟାଚରେ ଡ୍ୟୁ ଫ୍ୟାକ୍ଟର ବା କାକାର ପଡିବା ଯୋଗୁଁ ମ୍ୟାଚରେ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥିଲା । ତେଣୁ ବାରବାଟୀରେ କାକର ମୁକାବିଲା ପାଇଁ ଆଣ୍ଟି ଡ୍ୟୁ ପଦକ୍ଷେପ ନଆଯାଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ତରଫରୁ ବିଦେଶରୁ ସ୍ୱତନ୍ତ୍ର ଆଣ୍ଟି ଡ୍ୟୁ କେମିକାଲ୍ ଅଣାଯାଇଛି । ଯାହାକୁ  ଆଜିଠୁ ତିନି ଦିନ ଧରି ବାରବାଟୀ ପଡିଆର ଆଉଟ୍ ଫିଲ୍ଡରେ ପକାଯିବ । ଏହି କେମିକାଲ ଛିଞ୍ଚନ କରିଲେ ପିଚ ରେ କାକର କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଏଥିସହ ପିଚରେ ସୁପର ସପର ବ୍ୟବହାର କରାଯିବ । ଦରି ରସି ଆଦି ବ୍ୟବହାର କରି ପଡିଆକୁ ଡ୍ରାଏ ରଖଯିବ ଏବଂ ଏହା କାକରର ମୁକାବିଲା କରିବାରେ ବେଶ ସାହାୟକ ହେବ ବୋଲି ଓସିଏର ମୁଖ୍ୟ ପିଚ୍ କ୍ୟୁରେଟର୍ କହିଛନ୍ତି ।

Related posts

କିଏ ଭାରତର ସଫଳ ଅଧିନାୟକ?

Odisha Sports Bureau

ଟିମ୍ ଇଣ୍ଡିଆରେ ଧାୱନଙ୍କ କମବ୍ୟାକ୍

ଧୋନି କହିଲେ ତାଙ୍କର ପରବର୍ତ୍ତୀ ଯୋଜନା; ଆଇପିଏଲରୁ ଅବସର ନେବା ପରେ କ’ଣ କରିବେ?

Odisha Sports Bureau