Cricket

ଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସଙ୍କ ବାହାଘର

ଭାଙ୍ଗିଲା ମହିଳା କ୍ରିକେଟିଅର ସ୍ମୃତି ମନ୍ଧାନା ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସ ମୁଚ୍ଚଲଙ୍କ ବାହାଘର ।  ଏ ନେଇ  ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଗତ କିଛି ସପ୍ତାହ ଧରି ସୋସିଆଲ ମିଡିଆରେ ତାଙ୍କ ବିବାହ ଖବର ପ୍ରସାରିତ ହେଉଥିବା ବେଳେ, ସ୍ମୃତି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ ମାମଲା ଏବଂ ସେ ତାଙ୍କ ପରିବାର ସହିତ ଏହାକୁ ସମାଧାନ କରିବା ପାଇଁ ସମୟ ଚାହୁଁଛନ୍ତି। ଏହା ସହିତ, ସେ ପଲାଶଙ୍କ ସହ ତାଙ୍କ ବିବାହ ବାତିଲ ଘୋଷଣା କରିଛନ୍ତି। ପୂର୍ବରୁ ସ୍ମୃତିଙ୍କ ହଳଦୀ-ମେହେନ୍ଦୀ କାର୍ଯ୍ୟକ୍ରମ ଧୁମଧାମରେ ହୋଇଥିଲା ।  ଏପରିକି କନ୍ୟାପକ୍ଷ ଓ ବରପକ୍ଷ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ବି ଖେଳିଥିଲେ  । ୨୩ ତାରିଖରେ ବାହାଘର ହେବାର ଥିଲା ।  ସେହିଦିନ ବାହାଘର ହୋଇପାରିନିଲା ।  ଏହାପରଠୁ ବାହାଘର ଭାଙ୍ଗିଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା ।

ଏପଟେ କ୍ରିକେଟ ପ୍ରତି ନଜର ଦେବେ ବୋଲି ସ୍ମୃତି ମନ୍ଧାନା କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, “ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ମୁଁ ଭାବୁଛି ଯେ ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟକ୍ତି ଏବଂ ମୁଁ ମୋ ଜୀବନକୁ ସେହିପରି ରଖିବାକୁ ଚାହୁଁଛି। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ ହୋଇଯାଇଛି”। ଏହା ସହିତ ସେ ଆହୁରି ଲେଖିଛନ୍ତି, “ମୁଁ ଏହି ମାମଲାକୁ ଏଠାରେ ହିଁ ଶେଷ କରୁଛି । ଆପଣମାନେ ମଧ୍ୟ ଏହି ବିଷୟକୁ ଏଠାରେ ସମାପ୍ତ କରିବାକୁ ଅନୁରୋଧ କରୁଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ କରନ୍ତୁ। ଆମକୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ। ମୁଁ ବିଶ୍ୱାସ କରେ ଯେ ଆମ ସମସ୍ତଙ୍କର ଏକ ମହାନ ଉଦ୍ଦେଶ୍ୟ ଅଛି ଏବଂ ମୋ ପାଇଁ ତାହା ସର୍ବଦା ସର୍ବୋଚ୍ଚ ସ୍ତରରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବା । ମୁଁ ଯେପର୍ଯ୍ୟନ୍ତ ସମ୍ଭବ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବା ଜାରି ରଖିବାକୁ ଆଶା କରୁଛି”। ସୂଚନା ଅନୁସାରେ, ପଲାଶ ଏବଂ ସ୍ମୃତିଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା । ବିବାହ ପୂର୍ବରୁ ଉତ୍ସବ ଆରମ୍ଭ ହୋଇସାରିଥିଲା । ସୋସିଆଲ ମିଡିଆରେ ହଳଦୀ ଏବଂ ମେହେନ୍ଦୀ ଉତ୍ସବର ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ହଠାତ୍ ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ସ୍ମୃତିଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାଫଳରେ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ଆଉ ଏବେ ଏହି ବାହାଘର ଭାଙ୍ଗି ଯାଇଥିବା ସ୍ମୃତି ସୂଚନା ଦେଇଛନ୍ତି ।

Related posts

କ୍ରିକେଟ ଜଗତରେ ଖେଳାଳି୧୦ ରନରେ ଅଲଆଉଟ

Odisha Sports Bureau

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

Odisha Sports Bureau

ICC ଘୋଷଣା କଲା ଅଣ୍ଡର-19 ୱର୍ଲ୍ଡ କପ୍ 2026 ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ, ବୈଭବ ସୂର୍ଯ୍ୟବଂଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ

Odisha Sports Bureau