Cricket

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଆଜି ହେଉଛି ଶେଷ ମୁକାବିଲା । ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ବାତିଲ ହେବା ପରେ ଦୁଇ ଦଳ ଗୁଜରାଟ ମୁହାଁ ‌ହୋଇଛନ୍ତି । ଗୁଜରାଟର ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ଥିବାରୁ ଭାରତୀୟ ଦଳ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ମୁକାବିଲାକୁ ଜିତି ଶୃଙ୍ଖଳା ଅମୀମାଂସିତ ରଖିବା ଏବଂ ସମ୍ମାନର ସହ ଗସ୍ତ ଶେଷ କରିବାର ଆଶା ନେଇ ପଡ଼ିଆକୁ ଓହ୍ଲାଇବ ।

India vs South Africa 1st T20I

ରିପୋର୍ଟ ଅନୁଯାୟୀ ଚତୁର୍ଥ ମ୍ୟାଚ୍ ପୂର୍ବରୁ ଗିଲଉପ-ଅଧିନାୟକ ଶୁବମନ ଗିଲ୍ ଙ୍କ ପାଦର ଆଙ୍ଗୁଠିରେ ଆଘାତ ଲାଗିବା ପରେ ସେ ପାଞ୍ଚମ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କ ଜାଗାରେ ଦଳ ସଞ୍ଜୁ ସାମ୍‌ସନ୍‌ଙ୍କୁ ସୁଯୋଗ ଦେଇପାରେ। ଯଦି ସଞ୍ଜୁ ସାମ୍‌ସନ୍‌ ଚୂଡ଼ାନ୍ତ ଦଳରେ ରହିଲେ ସେ ଅଭିଷେକ ଶର୍ମାଙ୍କ ସହ ପାଳି ଆରମ୍ଭ କରିବେ । ମ୍ୟାଚରେ ସବୁଠୁ ଅଧିକ ନଜର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ରହିବ । କାରଣ ସେ ଲଗାତାର ସମସ୍ତ ମ୍ୟାଚ୍ ରେ ବିଫଳ ହୋଇଛନ୍ତି । ତାଙ୍କ ବ୍ୟାଟରୁ ଫ୍ୟାନ୍ସ ବଡ ରନ୍ ଆଶା କରୁଛନ୍ତି । ତେବେ ଟି୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟ ଫର୍ମକୁ ଫେରିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ଭାରତ ଏହି ମ୍ୟାଚ୍ ଜିତିଯାଏ, ତେବେ ଏହା ଭାରତର କ୍ରମାଗତ ୧୪ତମ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ବିଜୟ ହେବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେବ ।

ഇന്ത്യക്ക് 214 റൺസ് വിജയലക്ഷ്യം; ഡി കോക്ക് തിളങ്ങി, മറുപടി ബാറ്റിങില്‍  തകർച്ച | India vs South Africa T20 | South Africa score | Indian batting  collapse | Quinton de Kock innings | Arshdeep ...

Related posts

ମ୍ୟାଚ ଜିତିବାକୁ ରାଜସ୍ଥାନ ରୟାଲର ଆପ୍ରାଣ ଉଦ୍ୟମ

Odisha Sports Bureau

ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ତାରକା ଖେଳାଳିଙ୍କ ଛୁଟି ସ୍ଥିର

Odisha Sports Bureau

ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

Odisha Sports Bureau