Cricket

ରାମ୍ଭିକଟାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମ୍ଭିକଟା ଠାରେ ଦୀର୍ଘ ୭ ଦିନ ଧରି ଚାଲିଥିବା ମାଁ ପିତାବଳି କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ର ଫାଇନଲ ମ୍ୟାଚ ରେ ଆଡ଼େନିଗଡ଼ ସହ ମଥୁରା ମଧ୍ୟରେ ରୋମାଞ୍ଚକର ଖେଳ ପ୍ରଦର୍ଶିତ ହୋଇଥିବା ବେଳେ ଏଥିରେ ମଥୁରା ପକ୍ଷରୁ ୧୫ ଓଭର ୮ ଉଇକେଟ ହରାଇ ମୋଟ ୧୫୮ ରନ କରିଥିବା ବେଳେ ପ୍ରତିବଦଳ ରେ ଆଡ଼େନିଗଡ଼ ୧୩ଓଭର ୧ ବଲ ରେ ୬ ଉଇକେଟ ହରାଇ ୧୬୨ ରନ କରି ବିଜେତା ହୋଇଥିଲା । ଏପରିକି ବିଜେତା ଦଳ କୁ ମାଁ ପିତାବଲୀ କ୍ରିକେଟ ଟୁର୍ନାମେଣ୍ଟ ର କପ ଅତିଥି ମାନଙ୍କ ଦ୍ୱରା ପ୍ରଦାନ କରାଯଇଥିବା ବେଳେ ରନର୍ସ ଦଳ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯଇଥିଲା ।

ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରିପୋଟର୍ସ ଆସୋସିଏସନ ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଭାଗବତ ମେହେର, ଅନ୍ୟତମ ଅତିଥି ଭାବେ ଯୁବ ସାମ୍ବାଦିକ ତଥା, ସମାଜସେବୀ, ଶ୍ରୀ,ଅକ୍ଷୟ କୁମାର ମହାକୁଡ଼, ଗ୍ରାମ୍ୟ ସଭାପତି ଦୁର୍ୟ୍ୟଧନ ମଲ୍ଲିକ, ଯୋଗଦେଇ ଉଭୟ ଖେଳାଳି ଓ ଖେଳ ପ୍ରେମୀ ଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ହେଉଛି ମାନବ ସମାଜର ଏକ ମୁଖ୍ୟ ଅଙ୍ଗ, କାରଣ ଖେଳ ମଣିଷ ଶାରୀରିକକୁ ସୁସ୍ଥତା ରଖିବା ସହ ସମାଜକୁ ସୁନ୍ଦର ଶିକ୍ଷା ଓ ଭାଇଚାରା ଯୋଗାଇ ଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଟୁର୍ନାମେଣ୍ଟ କୁ ଅମପେୟାର ରାଜୀବ ପ୍ରଧାନ, ଟୁଲୁ ପ୍ରଧାନ ପରିଚାଳନା କରିଥିବା ବେଳେ ଟୁର୍ନାମେଣ୍ଟ କୁ କମିଟି ର ଜିତୁ ଡ଼ାଳୁଆ, ସମୀର ଘିବିଲା, ଚନ୍ଦନ ମହାପାତ୍ର, ଅର୍ଜୁନ ବେହେରା, ରମାକାନ୍ତ ପାତ୍ର, ଗଙ୍ଗା ବଗର୍ତି, ସାଜିତ ଖାଁ,ପ୍ରମୁଖ ସମସ୍ତ ଆୟୋଜକ କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ ।

Related posts

WPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତି

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ଆଘାତ: କ’ଣ ସେ IPL 2026ରୁ ବାଦ ପଡ଼ିବେ?

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ

Odisha Sports Bureau