Badminton

ସେମିଫାଇନାଲରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲେ ସିନ୍ଧୁ

ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି.ସିନ୍ଧୁ ମାଲେସିଆ ଓପନ ସୁପର ୧୦୦୦ର ମହିଳା ସେମିଫାଇନାଲରେ ପରାଜିତ ହୋଇଛନ୍ତି। ସେ ଚୀନ ଖେଳା​ଳି ତଥା ବିଶ୍ବ ନଂ୨ ଓ୍ବାଙ୍ଗ ଝିୟିଙ୍କ ଠାରୁ ସିଧାସଳଖ ସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୋଡ଼ରେ ଯନ୍ତ୍ରଣା କାରଣରୁ ସିନ୍ଧୁ ଗତ ଅକ୍ଟୋବର ପରଠାରୁ ବ୍ୟାଡମିଣ୍ଟନ କୋର୍ଟରୁ ଦୂରେଇ ରହିଥିଲେ । ଆରୋଗ୍ୟ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ । ବେଶ କିଛିଦିନର ବ୍ୟବଧାନରେ ଫେରିଥିଲେ ବି ଏହି ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜିର ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି ।

PV Sindhu loses in Malaysia Open semifinal; Tata Steel Blitz Chess  commences in Kolkata: Indian Sports LIVE, January 10 - ESPN
ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓ୍ବାଙ୍ଗ ଝିୟିଙ୍କ ଠାରୁ ୧୬-୨୧, ୧୫-୨୧ ସେଟରେ ହାରିଯାଇଛନ୍ତି। ଉଭୟ ଗେମରେ ସିନ୍ଧୁ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ ବି ଝିୟିଙ୍କ ସାମନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।

Related posts

ସେୟଦ ମୋଦି ଇଣ୍ଟରନ୍ୟାସନାଲ କ୍ୱାଟର ଫାଇନାଲରେ ସାଇନା–ସାଈ ପ୍ରଣୀତ

Odisha Sports Bureau

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau