Badminton

ଜାନୁଆରୀ ୨୩ରୁ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

(ଓଡ଼ିଶା ସ୍ପୋର୍ଟ): ଓଡ଼ିଶା ରାଜ୍ୟ ସେକ୍ରେଟାରିଏଟ୍ ବ୍ୟାଡମିଣ୍ଟନ୍ (ଓଏସଏସବିଏ) ଆନୁକୂଲ୍ୟରେ ପଞ୍ଚମ ନିଖିଳ ଓନିଶା ସରକାରୀ କର୍ମଚାରୀ ବ୍ୟାଡମିଣ୍ଟନ୍ (ଏସଏଓଇଓବିଟି) ଏବଂ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ (ଏସଓବିଟି) ମଧ୍ୟରେ ଚନ୍ଦ୍ରଶେଖରପୁର ପଟିଆସ୍ଥିତ ଉଦାନ୍ ବ୍ୟାଡମିଣ୍ଟନ୍ ଏକାଡେମୀରେ ଅନୁଷ୍ଠିତ ହେବ। ଏହା ଆସନ୍ତା ଜାନୁଆରୀ ୨୩ରୁ ୨୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।

ଉଭୟ ଏସଏଓଇଓବିଟି ଏବଂ ଏସଓବିଟରେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ, ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଏବଂ ଭେଟେରାନ୍ ପୁରୁଷ ଓ ଡବଲ୍ସ ମୁକାବିଲା ଖେଳାଯିବ। ଏସଏଓଇଓବିଟିରେ ଭାଗ ନେବା ପାଇଁ ଜଣେ ଖେଳାଳି ରାଜ୍ୟ ସରକାର/ କେନ୍ଦ୍ର ସରକାର କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ବା ସିପିଏସୟୁରେ ଓଡ଼ିଶାରେ କାର୍ୟ୍ୟ କରୁଥିବା ଆବଶ୍ୟକ।

ସେହିପରି ଏସଓବିଟିରେ ଭାଗ ନେବା ପାଇଁ ଜଣେ ଖେଳାଳି ରାଜ୍ୟ ସରକାର/ କେନ୍ଦ୍ର ସରକାର କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ବା ସିପିଏସୟୁରେ ଓଡ଼ିଶା ସେକ୍ରେଟାରିଏଟରେ କାର୍ୟ୍ୟ କରୁଥିଲେ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ହେଲେ ଜାନୁଆରୀ ୧୫ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ନିବେଦନ କରାଯାଇଛି।

Related posts

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ଫାଇନାଲରେ ସିନ୍ଧୁ

Odisha Sports Bureau

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

Odisha Sports Bureau