Athletics Cricket

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

ଆଗାମୀ ଟି-୨୦ ବିଶ୍ୱକପ୍‌ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି ମନେ ହେଉଛି। ଆଉ ଏହାରି ମଧ୍ୟରେ ଭାରତରେ ଟି୨୦ବିଶ୍ୱକପ୍ ନଖେଳିବା ନେଇ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ଆସୋସିଏସନ୍ । ଏହାସହ ଭାରତରେ ଖେଳାଯାଉଥିବା ଟି୨୦ମ୍ୟାଚ୍ ର ସ୍ଥାନ ପରିବର୍ତ୍ତନ ପାଇଁ ଆଇସିସିକୁ ଅନୁରୋଧ କରିଛି ବାଂଲା ବୋର୍ଡ୍ । ଖାସକରି ସୁରକ୍ଷା କାରଣ ଦର୍ଶାଇ ଭାରତରେ ଖେଳିବାକୁ ନାରାଜ୍ ବିସିବି । ସେପେଟେ କିନ୍ତୁ ବାଂଲାଦେଶର ଅନୁରୋଧ ଆଇସିସି ଉପରେ ସେତେ ପ୍ରଭାବ ପକାଇନି । କୋଲକାତା ଏବଂ ମୁମ୍ବାଇରେ ଖେଳା ଯିବାକୁ ଥିବା ମୁକାବିଲାକୁ ଅନ୍ୟ ଦୁଇଟି ଭେନ୍ୟୁରେ ଖେଳିବାକୁ ଆଇସିସି କହିଛି । ଏହି ଦୁଇ ଭେନ୍ୟୁ ହେଲା ଚେନ୍ନାଇ ଏବଂ ତିରବନ୍ତପୁରମ୍ ।

ପୂର୍ବରୁ ବିସିବି ସଭାପତି ଅମିନୁଲ୍ ଇସଲାମ୍ ଚେନ୍ନାଇରେ ଖେଳିବା ପାଇଁ ମନା କରିଦେଇଥିଲେ । ଏବେ ସେ କହିଛନ୍ତି ଯେ, ବିଶ୍ୱକପ୍ ବାବଦରେ ସେ ଏକା ନିଷ୍ପତ୍ତି ନେଇପାରିବେ ନାହିଁ । ସରକାରଙ୍କ ସହ ଏବିଷୟରେ ଆଲୋଚନା ହେବ । କିନ୍ତୁ ସେ ଭାରତରେ ଖେଳିବା ପାଇଁ କେବେ ହେଲେ ରାଜି ହେବେ ନାହିଁ ।

ଅନ୍ୟ ଦିଗରେ ବାଂଲାଦେଶ ସରକାର ଭାରତ ସହ ବିଶ୍ୱକପ୍ ବାବଦରେ ସିଧାସଳଖ କଥା ହେବାକୁ ଚାହୁଁଛନ୍ତି । ବାଂଲାଦେଶ ଅମ୍ପାୟାର ସରଫଦୌଲା ସୈକତଙ୍କୁ ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଥିଲା । ଟି୨୦ବିଶ୍ୱକପରେ ସେ ଅମ୍ପାୟାରିଂ କରିବେ ।
ସୂଚନାଯୋଗ୍ୟ, ଆଉ ମାତ୍ର ୩ ସପ୍ତାହ ପରେ ଟି୨୦ବିଶ୍ୱକପ୍ ଆରମ୍ଭ ହେବ । ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ଖେଳାଳି ଏବଂ ଟିମ୍ ଭାରତରେ ପହଁଚିବେ । କିନ୍ତୁ ଏହାପୂର୍ବରୁ କ୍ରିକେଟକୁ ନେଇ ଭାରତ ଏବଂ ବାଂଲାର ବିବାଦ ତୁଟାଇବାକୁ ଆଇସିସି ଅଧିକାରୀ ଲାଗି ପଡିଥିବା ଦେଖିବାକୁ ମିଳିଛି ।

Related posts

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ପାକିସ୍ତାନ କ୍ରିକେଟକୁ ବଡ ଝଟକା

Odisha Sports Bureau

ପର୍ଥ ଟେଷ୍ଟରେ ଭାରତର ପରାଜୟ ସିରିଜ ୧-୧ରେ ବରାବର

Odisha Sports Bureau