Cricket

IND vs NZ T20: ଭାରତକୁ ୨୦୯ ରନର ଟାର୍ଗଟେ୍ ଦେଲା କିୱି ଦଳ

ରାୟପୁର: ରାୟପୁରରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳ ବିସ୍ଫୋରକ ବ୍ୟାଟିଂ କରି ୨୦ ଓଭରରେ ୨୦୮ ରନ କରିଛି। ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ୨୦୨୬ ସାଲରେ ଏହା କୌଣସି ଦଳର ଦ୍ୱିତୀୟ ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିୱି ଦଳ ପକ୍ଷରୁ ଅଧିନାୟକ ମିଚେଲ୍ ସାଣ୍ଟନର ତୁଫାନୀ ଶୈଳୀରେ ୨୭ ବଲ୍‌ରେ ୪୭ ରନ କରି ଦଳକୁ ଦୃଢ଼ ଭିତି ଦେଇଥିଲେ। ଅନ୍ୟ ବ୍ୟାଟରମାନେ ମଧ୍ୟ ଦ୍ରୁତ ରନ ସଂଗ୍ରହ କରି ସ୍କୋରକୁ ୨୦୦ ପାର କରାଇଥିଲେ। ଭାରତୀୟ ବୋଲିଂ ଆକ୍ରମଣ ମଧ୍ୟରେ କୁଲଦୀପ ଯାଦବ ସର୍ବାଧିକ ସଫଳ ବୋଲର ରହିଥିଲେ। ସେ ୨ ଜଣ କିୱି ବ୍ୟାଟରଙ୍କୁ ଆଉଟ୍ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସର୍ବାଧିକ ଟି-୨୦ ସ୍କୋର ଭାରତ ଦଳର ନାମରେ ରହିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୨୩୮ ରନ କରିଥିଲା।

୨୦୨୬ ଟି-୨୦ର ସର୍ବାଧିକ ସ୍କୋର:

୨୩୮ ରନ – ଭାରତ

୨୦୮ ରନ – ନ୍ୟୁଜିଲ୍ୟାଣ୍ଡ

୧୯୦ ରନ – ନ୍ୟୁଜିଲ୍ୟାଣ୍ଡ

Related posts

ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟର

Odisha Sports Bureau

ଟିମ ଇଣ୍ଡିଆକୁ ସପୋର୍ଟ କରିବାକୁ ମଇଦାନରେ ପହଞ୍ଚିଲେ ସାରା ତେନ୍ଦୁଲକର Sara is looking for Schumann playing

Odisha Sports Bureau

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ

Odisha Sports Bureau