Cricket

ଇଶାନ କିଶନଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତର ୨୭୨ ରନ୍‌ର ବିଶାଳ ଲକ୍ଷ୍ୟ

Keral: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍‌ ହାରାଇ ୨୭୧ ରନ୍‌ ସଂଗ୍ରହ କରିଛି। ଏହା ଟି-୨୦ ଆନ୍ତର୍ଜାତୀୟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଭାରତ ପକ୍ଷରୁ ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରି କେବଳ ୪୨ ବଲରେ ଶତକ ହାସଲ କରିଥିଲେ। ସେ ୪୩ ବଲରେ ୧୦୩ ରନ୍ କରିଥିବା ବେଳେ ୧୦ଟି ଛକା ଓ ୬ଟି ଚଉକା ମାରିଥିଲେ।

କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ୩୦ ବଲରେ ୬୩ ରନ୍ ଏବଂ ହାର୍ଦିକ ପାଣ୍ଡ୍ୟା ୧୭ ବଲରେ ୪୨ ରନ୍ କରି ନ୍ୟୁଜିଲାଣ୍ଡ ବୋଲରମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଭାରତୀୟ ଦଳ ସମୁଦାୟ ୨୩ଟି ଛକା ଓ ୧୭ଟି ଚଉକା ମାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ତିନିଜଣ ବୋଲର ୫୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ। କ୍ୟାପଟେନ୍ ମିଚେଲ୍ ସାଣ୍ଟନର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୬୦ ରନ୍ ଦେଇଥିଲେ।

ଏହି ମ୍ୟାଚ୍‌ଟି ତିରୁଵନନ୍ତପୁରମ୍‌ର ଗ୍ରୀନଫିଲ୍ଡ ଷ୍ଟାଡିୟମ୍‌ରେ ଖେଳାଯାଉଛି, ଯାହା ସଞ୍ଜୁ ସାମସନଙ୍କ ହୋମ୍‌ଗ୍ରାଉଣ୍ଡ। କିନ୍ତୁ ସେ ଏଠାରେ ମଧ୍ୟ ଫେଲ୍‌ ହୋଇ ୬ ବଲରେ ୬ ରନ୍ କରି ଆଉଟ୍‌ ହୋଇଥିଲେ। ଅଭିଷେକ ଶର୍ମା ୧୬ ବଲରେ ୩୦ ରନ୍ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ ଓଭର ପରେ ଭାରତର ସ୍କୋର ୮୨/୨ ଥିଲା। ସେତେବେଳେ ୨୦୦ ରନ୍‌ ମଧ୍ୟ ଦୂର ଲାଗୁଥିଲା, କିନ୍ତୁ ଶେଷ ୧୧ ଓଭରରେ ୧୮୮ ରନ୍ କରି ଟିମ୍‌ ଇଣ୍ଡିଆ ଇତିହାସ ଗଢ଼ିଥିଲା।

Related posts

ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହିଁ ହେବ ଆଇପିଏଲ ୨୦୨୬

Odisha Sports Bureau

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau

ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ

Odisha Sports Bureau