Cricket

ଭାରତର ବଡ଼ ବିଜୟ, ୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଦଳ

ତିରୁବନନ୍ତପୁରମ: ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୪-୧ରେ କବଜା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନର ବିଶାଳ ସ୍କୋର କରିଥିଲା। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଲକ୍ଷ୍ୟ ପଛୁଆ କରିବାକୁ ନେଇଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭର ସମ୍ପୂର୍ଣ୍ଣ କରିପାରିନଥିଲା ଏବଂ ୨୨୫ ରନରେ ଅଲଆଉଟ୍ ହୋଇଯାଇଥିଲା।

ଭାରତ ପାଇଁ ଇଶାନ୍ କିଶାନ୍ ଦମଦାର ପାଳି ଖେଳି ୪୨ ବଲରେ ଶତକ ପୂରଣ କରିଥିଲେ। ସେ ୪୩ ବଲରୁ ୧୦୩ ରନ୍ କରିଥିଲେ, ଯେଉଁଥିରେ ୧୦ଟି ଛକା ଓ ୬ଟି ଚୌକା ସାମିଲ ଥିଲା। ଏହା ଭାରତ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପଞ୍ଚମ ଦ୍ରୁତତମ ଶତକ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁଠୁ ଦ୍ରୁତ ଶତକ।ବୋଲିଂରେ ଅର୍ଶଦୀପ ସିଂହ ଚମତ୍କାର ପ୍ରଦର୍ଶନ କରି ୪ ଓଭରରେ ୫୧ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ପ୍ରଥମ ୫-ୱିକେଟ୍ ହଲ୍। ସେ ସମଗ୍ର ସିରିଜ୍‌ରେ ୮ଟି ୱିକେଟ୍ ନେଇ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ହୋଇଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ନାଗପୁର, ରାୟପୁର ଓ ଗୌହାଟୀରେ ଦମଦାର ବିଜୟ ହାସଲ କରିଥିଲା। ସିରିଜ୍‌ରେ ନ୍ୟୁଜିଲାଣ୍ଡର ଏକମାତ୍ର ବିଜୟ ବିଶାଖାପାଟଣାରେ ଆସିଥିଲା। ପଞ୍ଚମ ମ୍ୟାଚ୍‌ରେ ଭାରତ ପୁଣି ଥରେ ନିଜ ଶକ୍ତି ପ୍ରମାଣ କରିଛି।

Related posts

ପ୍ରଥମେ ବ୍ୟାଟିଂ କରିବ ଭାରତ

୧୬୪ରେ ଅଟକିଲା କୋଲକତା

Odisha Sports Bureau

ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବିସିସିଆଇର ଖାସ୍ ନିର୍ଦ୍ଦେଶ