Cricket

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଶ୍ରୀଲଙ୍କା ଗସ୍ତ କରିଛି ପାକିସ୍ତାନ

ଭାରତ ସହ ଖେଳିବାକୁ ମନା କରିବା ପରେ ପାକିସ୍ତାନ ସୋମବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଶ୍ରୀଲଙ୍କା ଗସ୍ତ କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ସାମାଜିକ ଗଣମାଧ୍ୟମ‌ ପୋଷ୍ଟ ହୋଇଥିବା ଭିଡିଓରେ ଖେଳାଳିମାନେ ନୂଆ ବିଶ୍ବକପ୍‌ ଜର୍ସି ପିନ୍ଧି ଲାହୋରର ଏକ ହୋଟେଲରୁ ବସ୍‌ରେ ବିମାନବନ୍ଦର ଯାଉଥିବାର ଦେଖାଯାଇଛି। ଭାରତ ଓ ଶ୍ରୀଲଙ୍କା ବିଶ୍ବକପ୍‌ର ଆ‌ୟୋଜକ ରହିଛନ୍ତି। ଭାରତ ସହ ବିବାଦ ଚାଲିଥିବାରୁ ଶ୍ରୀଲଙ୍କାରେ ପାକିସ୍ତାନ ତା’ର ସମସ୍ତ ଗ୍ରୁପ୍‌ ଓ ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳିବ ବୋଲି ସୂଚୀ ଚୂଡ଼ାନ୍ତ ହୋଇଛି।

ରବିବାର ପାକିସ୍ତାନ ସରକାର ଏହା ଦଳକୁ ବିଶ୍ବକପ୍‌ ଖେଳିବାକୁ ଅନୁମତି ଦେଇଥିଲା ବେଳେ କଲମ୍ବୋରେ ଫେବ୍ରୁଆରି ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌ ବୟକଟ୍‌ କରିବାକୁ କହିଥିଲା। ସରକାର ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟ ଉପରେ କୌଣସି ସ୍ପଷ୍ଟୀକରଣ ଦିଅଯାଇନି। ଏପରିକି ଆଇସିସିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଏହା ଉପରେ କୌଣସି ସୂଚନା ଦେଇନି ପିସିବି।

ବିନା କାରଣରେ ବିଶ୍ବକପ୍‌ରୁ ଓହରିବାକୁ ଚିନ୍ତା ନ କରିବାକୁ ପାକିସ୍ତାନକୁ ପୂର୍ବରୁ ଆଇସିସି ଚେତାବନୀ ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା। ଭାରତ-ପାକିସ୍ତାନ ଗତ ୧୪ ବର୍ଷ ହେଲା ଦ୍ବିପାକ୍ଷିକ ଶୃଙ୍ଖଳା ଖେଳି ନଥିଲା ବେଳେ କେବଳ ଆଇସିସି ପ୍ରତିଯୋଗିତାରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶନିବାରଠୁ ଆରମ୍ଭ ହେବାକୁ ଥିଲା ବେଳେ ପ୍ରଥମ ଦିନ ନେଦରଲାଣ୍ଡ୍‌ ବିପକ୍ଷରେ ପାକିସ୍ତାନ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ କଲମ୍ବୋରେ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବ।

Related posts

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau

ପରାଜୟ ପରେ ଟିମ୍ ଇଣ୍ଡିଆକୁ ବଡ ଝଟକା, ମ୍ୟାଚ୍ ଫି ଜରିମାନା ଲଗାଇଲା ଆଇସିସି

ଚଳିତ ଆଇପିଏଲର ଅଷ୍ଟାଦଶ ମ୍ୟାଚ ଚଣ୍ଡିଗଡର ମୋହାଲିରେ ଖେଳାଯାଛ

Odisha Sports Bureau