archery

କମାଲ କରି ଦେଖାଇଲେ ପାୟଲ

ପଞ୍ଜାବରେ କମାଲ କରି ଦେଖାଇଲେ ପାୟଲ ନାଗ । ପଞ୍ଜାବର ପତିଆଲାରେ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ, ପାୟଲ ନାଗା ଦୁଇଟି ପଦକ ଜିତି ପୁଣି ଚମକିଛନ୍ତି । ରାର୍ଙ୍କିଂ ରାଉଣ୍ଡରେ ରୌପ୍ୟ ଏବଂ ଇଣ୍ଡିଭିଜୁଆଲ ଇଭେଣ୍ଟରେ କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପିଲାଟି ଦିନରୁ ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତ ଓ ଗୋଡ଼ ପାୟଲଙ୍କର ନଷ୍ଟ ହୋଇଯାଇଥିଲା। ସେ ଅନେକ ଘାତ ପ୍ରତିଘାତକୁ ମାତ୍ ଦେଇ, ସେ ଏବେ ସଫଳତାକୁ ହାସଲ କରିପାରିଛନ୍ତି । ଅଙ୍ଗବିହୀନ ତୀରନ୍ଦାଜି ପ୍ରତିଯୋଗିତାରେ ସେ ଖେଳି ନିଜର ଚମକ ଦେଖାଇଛନ୍ତି।

Related posts

ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ଦଳ

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

Odisha Sports Bureau

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

Odisha Sports Bureau