archery

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗେଝୋଉ : ଚୀନରେ ପୂର୍ବପ୍ରାନ୍ତରେ ଥିବା ହାଙ୍ଗେଝୋଉ ସହରରେ ଚାଲିଥିବା ଏସିଆ କ୍ରୀଡା ୨୦୨୩ରେ ଭାରତକ ଆଉ ଏକ ସ୍ୱର୍ଣ୍ଣ ପଦକ । ଏସିଆନ ଗେମ୍ସର ଏକାଦସ ଦିନରେ ତୀରନ୍ଦାଜରେ ଓଜାସ ଦେଓତାଲେ ଏବଂ ଜ୍ୟୋତି ଭେନମ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣର୍ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତୀୟ ଯୋଡି ଦକ୍ଷିଣ କୋରିଆ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୫୯-୧୫୮ ରେ ପରାସ୍ତ କରିଛନ୍ତି ।

ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ସହ ଚଳିତ ଏସିଆନ୍ ଗେମ୍ସର ଭାରତ ବର୍ତ୍ତମାନ ସୁଦ୍ଧା ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୯ ବ୍ରୋଞ୍ଜ ସହ ୭୧ ପଦକ ହାସଲ କରିସାରିଛି। ଏଥି ସହିତ ଭାରତ ଏସିଆଡ୍‌ରେ ରେକର୍ଡ ପଦକ ହାସଲ କରିଛି। ୨୦୧୮ ଜାକର୍ତ୍ତା ଏସିଆଡ୍‌ରେ ୭୦ ପଦକ ଜିତିଥିଲା ଭାରତ କିନ୍ତୁ ଚଳିତ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ୭୧ ପଦକ ହାସଲ କରିସାରିଛି।

Related posts

ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତା

ଭାରତୀୟ ତୀରନ୍ଦାଜଙ୍କ ଚମତ୍କାର ପ୍ରଦର୍ଶନ

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

Odisha Sports Bureau