Cricket

ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି

ନୂଆଦିଲ୍ଲୀ : ରାତି ପାହିଲେ ବିଶ୍ୱକପ | ବିଶ୍ୱକପ ମଜାଉଠାଇବେ କ୍ରିକେଟ୍ ପ୍ରେମୀ । ତେବେ ତା’ ପୂର୍ବରୁ ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି । କ୍ରିକେଟ୍ ଇତିହାସରେ ସର୍ବାଧିକ ରନହାସଲକାରୀ ଖେଳାଳି ସଚିନ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ବିଶ୍ଵକପ୍ ଟ୍ରଫି ଧରି ପଡ଼ିଆକୁ ଆସିବେ ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆନୁଷ୍ଠନିକ ଘୋଷଣା କରିବେ।
୧୯୮୭ ବିଶ୍ୱକପ ବେଳେ ମୁଁ ବଲ୍ ବୟ ଗ୍ରାଉଣ୍ଡରେ ବସିବାର ସୁଯୋଗ ପାଇଥିଲି । ସେବେଠୁ ବିଶ୍ୱକପ ମୋ ଜୀବନରେ ସ୍ବତନ୍ତ୍ର ସ୍ଥାନ ନେଇଥିଲା । ୨୦୧୧ ମସିହା ବିଶ୍ୱକପ ବିଜୟ ମୋ ଖେଳ ଜୀବନର ସବୁଠୁ ଖୁସିର ସମୟ ଥିଲା । ଏଥର ବିଶ୍ୱକପ ଯୁବପିଡିଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ସଚିନ। ଅନ୍ୟପଟେ ସଚିନଙ୍କୁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରି ଆଇସିସି ଗର୍ବିତ ଅନୁଭବ କରୁଥିବା ଆଇସିସିର ସାଧାରଣ ସମ୍ପାଦକ କ୍ବାରି ଫର୍ଲଙ୍ଗ କହିଛନ୍ତି ।

ଆଇସିସି ସାଧାରଣ ସମ୍ପାଦକ କ୍ଲାରି ଫର୍ଲଙ୍ଗ କହିଛନ୍ତି,”ସଚିନଙ୍କୁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରି ଆଇସିସି ଗର୍ବିତ ଅନୁଭବ କରୁଛି । ଦିନିକିଆ ବିଶ୍ବକପ ପାଇଁ ଏହା ଏକ ଉତ୍ସବ ପରି ।” ସଚିନଙ୍କ ସମେତ ସାର ଭିଭିନାୟ ରିଚାର୍ଡ୍ସ, ଏବି ଡି ଭିଲର୍ସ, ଇୟନ ମୋର୍ଗାନ, ଆରୋନ ଫିଞ୍ଚ୍‌, ଶ୍ରୀଲଙ୍କା କିମ୍ବଦନ୍ତୀ ସ୍ପିନର ମୁଥିଆ ମୂରଲୀଧରନ, ନ୍ୟୁଜିଲାଣ୍ଡର ରସ୍‌ ଟେଲର, ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରୈନା, ପୂର୍ବତ ଅଧିନାୟିକା ମିୃତାଲି ରାଜ୍‌ ଓ ପାକିସ୍ଥାନ ଅଲରାଉଣ୍ଡର ମହମ୍ମଦ ହାଫିଜ ପ୍ରମୁଖ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି ।

Related posts

ରାଜସ୍ଥାନ ରୟାଲସର ଦମଦାର ପ୍ରଦର୍ଶନ

Odisha Sports Bureau

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତ

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

Odisha Sports Bureau