Cricket

ଅଣ୍ଡର-19 ୱାର୍ଲ୍ଡ କପ୍ 2026 ଫାଇନାଲ୍: ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ ବିସ୍ଫୋରକ ଶତକ, ବୈଭବ ସୂର୍ଯ୍ୟବଂଶୀ ରଚିଲେ ଇତିହାସ

ନୂଆଦିଲ୍ଲୀ: ଅଣ୍ଡର-19 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ର ଫାଇନାଲ୍ ମୁକାବିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଅନ୍ଦାଜରେ ଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ବୈଭବ ମାତ୍ର 55 ବଲରେ ନିଜ ଶତକ ପୂରଣ କରିଥିଲେ, ଯାହା ଅଣ୍ଡର-19 ୱାର୍ଲ୍ଡ କପ୍ ଫାଇନାଲ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକ ଭାବେ ରେକର୍ଡ ହୋଇଛି। ପୂର୍ବ ମ୍ୟାଚ୍‌ଗୁଡ଼ିକରେ ଖରାପ ବ୍ୟାଟିଂ ପାଇଁ ଟ୍ରୋଲ୍ ହେଉଥିବା ବୈଭବ ଫାଇନାଲ୍ ମ୍ୟାଚ୍‌ରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତ ସମାଲୋଚକଙ୍କୁ ଜବାବ ଦେଇଛନ୍ତି।

ମାତ୍ର 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର-19 ୱାର୍ଲ୍ଡ କପ୍ ଫାଇନାଲ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକ ଲଗାଇଥିବା ବ୍ୟାଟର ହୋଇଛନ୍ତି। ଏହା ସହିତ ଏହି ଶତକ ଅଣ୍ଡର-19 ୱାର୍ଲ୍ଡ କପ୍ ଇତିହାସରେ ଦ୍ୱିତୀୟ ସବୁଠାରୁ ଦ୍ରୁତ ଶତକ ମଧ୍ୟ ଅଟେ। ଅଣ୍ଡର-19 ୱାର୍ଲ୍ଡ କପ୍‌ର ସବୁଠାରୁ ଦ୍ରୁତ ଶତକର ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ୱିଲ୍ ମାଲାଜୁକ୍ ନାମରେ ରହିଥିବା ବେଳେ, ଫାଇନାଲ୍ ମ୍ୟାଚ୍‌ରେ ସବୁଠାରୁ ଦ୍ରୁତ ଶତକର ରେକର୍ଡ ବର୍ତ୍ତମାନ ବୈଭବଙ୍କ ନାମରେ ଲେଖା ହୋଇଛି। ବୈଭବ ଅଣ୍ଡର-19 ୱାର୍ଲ୍ଡ କପ୍ ଫାଇନାଲ୍‌ରେ ଶତକ ଲଗାଇଥିବା ତୃତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ଉନ୍ମୁକ୍ତ ଚନ୍ଦ (2012) ଓ ମନଜୋତ କାଲଡ଼ା (2018) ଏହି କାରନାମା କରିଥିଲେ।

ଏହି ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ 80 ବଲରେ 175 ରନ୍ ର ଏକ ଅସାଧାରଣ ପାରି ଖେଳିଛନ୍ତି। 218.75 ର ଭୟଙ୍କର ଷ୍ଟ୍ରାଇକ୍ ରେଟ୍‌ରେ ଖେଳାଯାଇଥିବା ଏହି ପାରିରେ ସେ 15 ଚୌକା ଓ 15 ଛକା ମାରିଥିଲେ। ବୈଭବ ଏହି ପାରିରେ କେବଳ ବାଉଣ୍ଡାରୀ ମାଧ୍ୟମରେ 150 ରନ୍ ସଂଗ୍ରହ କରିଥିଲେ। ଏହା ସହ ସେ ଏକ ଅଣ୍ଡର-19 ୱାର୍ଲ୍ଡ କପ୍ ଇନିଂସ୍‌ରେ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମାଇକେଲ୍ ହିଲ୍ (12 ଛକା) ନାମରେ ଥିଲା।

Related posts

ଏହି ମାସରେ ବିବାହ ବନ୍ଧନରେ ବାନ୍ଧିହେବେ ସଚିନ ତେନ୍ଦୁଲକରଙ୍କ ପୁଅ

Odisha Sports Bureau

ଇଂଲଣ୍ଡ–ନ୍ୟୁଜିଲାଣ୍ଡ ମ୍ୟାଚ୍ ଉପରେ ନିର୍ଭର କରୁଛି ପାକିସ୍ତାନର ଭାଗ୍ୟ

Odisha Sports Bureau

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?