Cricket

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ୪୧୨ ରନର ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଐତିହାସିକ ବ୍ୟାଟିଂ ପ୍ରଦର୍ଶନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହାରାଇ ୪୧୧ ରନ୍ କରି, ଇଂଲଣ୍ଡକୁ ୪୧୨ ରନର ବିଶାଳ ଲକ୍ଷ୍ୟ ଦେଇଛି। ଭାରତ ପାଇଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅବିଶ୍ୱସନୀୟ ଫର୍ମରେ ଦେଖାଦେଇ ୮୦ ବଲରେ ୧୫ ଚୌକା ଓ ୧୫ ଛକା ସହ ୧୭୫ ରନ୍ କରିଥିଲେ। ସେ ମାତ୍ର ୫୫ ବଲରେ ଶତକ ପୂରଣ କରି ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲର ସବୁଠାରୁ ତେଜ ଶତକର ରେକର୍ଡ ନିଜ ନାମରେ କରିଛନ୍ତି।

କ୍ୟାପ୍ଟେନ ଆୟୁଷ ମାହାତ୍ରେ ମଧ୍ୟ ଦଳକୁ ମଜବୁତ ଆଧାର ଦେଇ ୫୦ ବଲରେ ୫୩ ରନ୍ କରିଥିଲେ। ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିବା ଭାଗୀଦାରୀ ଭାରତୀୟ ଇନିଂସକୁ ଦ୍ରୁତ ଗତି ଦେଇଥିଲା। ମଧ୍ୟକ୍ରମରେ ବିହାନ ମାଲହୋତ୍ରା (୩୦), ବେଦାନ୍ତ ତ୍ରିବେଦୀ (୩୨) ଓ ଅଭିଜ୍ଞାନ କୁଣ୍ଡୁ (୪୦) ଉପଯୋଗୀ ଅବଦାନ ଦେଇଥିଲେ। ଶେଷ ଓଭରଗୁଡ଼ିକରେ ଦଳ କିଛି ୱିକେଟ୍ ଶୀଘ୍ର ହାରାଇଥିଲେ ମଧ୍ୟ ସ୍କୋର ୪୦୦ ପାର୍ କରିବାରେ ସଫଳ ହୋଇଥିଲା। ଲଗାତାର ଷଷ୍ଠ ଥର ଓ ସମୁଦାୟ ୧୦ମ ଥର ପାଇଁ ଫାଇନାଲ ଖେଳୁଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ଷଷ୍ଠ ଥର ବିଶ୍ୱକପ୍ ଟାଇଟଲ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ଇଂଲଣ୍ଡ ୧୯୯୮ ପରେ ଦ୍ୱିତୀୟ ଥର ଟାଇଟଲ୍ ଜିତିବା ଆଶାରେ ୪୧୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ପଛୁଆ କରିବ।

Related posts

ଏସ୍ ଶ୍ରୀସାନ୍ଥ ଏକାଡେମୀ ଖୋଲିବା ନାମରେ ଠକେଇ ଅଭିଯୋଗ :୧୮ ଲକ୍ଷ ଟଙ୍କା ଅଭିଯୋଗ

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau