Cricket

ICC ଘୋଷଣା କଲା ଅଣ୍ଡର-19 ୱର୍ଲ୍ଡ କପ୍ 2026 ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ, ବୈଭବ ସୂର୍ଯ୍ୟବଂଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ

ନୂଆଦିଲ୍ଲୀ: ଆଇସିସି (ICC) ଅଣ୍ଡର-19 କ୍ରିକେଟ୍ ୱର୍ଲ୍ଡ କପ୍ 2026 ପାଇଁ ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ ଘୋଷଣା କରିଛି। 12 ସଦସ୍ୟ ବିଶିଷ୍ଟ ଏହି ଦଳରେ ଭାରତର ତିନିଜଣ ଖେଳାଳି—ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ, ଅଲ୍‌ରାଉଣ୍ଡର କନିଷ୍କ ଚୌହାନ ଏବଂ ଦମଦାର ବୋଲର ହେନିଲ ପଟେଲଙ୍କୁ ସାମିଲ କରାଯାଇଛି। ମାତ୍ର 14 ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀ ଫାଇନାଲ୍‌ରେ ଇଂଲଣ୍ଡ ବିରୋଧରେ ଐତିହାସିକ ପ୍ରଦର୍ଶନ କରି ଭାରତକୁ 100 ରନର ବଡ଼ ଜୟ ଦେଇଥିଲେ। ସେ 80 ବଲରେ 175 ରନର ଧମାକେଦାର ପାଳି ଖେଳି 15 ଛକା ଓ 15 ଚଉକା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ। ସମଗ୍ର ଟୁର୍ନାମେଣ୍ଟରେ ବୈଭବ 7ଟି ମ୍ୟାଚ୍‌ରେ 439 ରନ ସଂଗ୍ରହ କରିଥିଲେ, ଯାହାରେ ଗୋଟିଏ ଶତକ ଅନ୍ତର୍ଭୁକ୍ତ ଥିଲା।

ଭାରତର କନିଷ୍କ ଚୌହାନ ବ୍ୟାଟ୍ ଓ ବଲ୍—ଦୁହିଁଦିଗରୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବାବେଳେ, ହେନିଲ ପଟେଲ ଆମେରିକା ବିରୋଧରେ 5 ୱିକେଟ୍ ନେବା ସହ ସମଗ୍ର ଟୁର୍ନାମେଣ୍ଟରେ ମୋଟ 11 ୱିକେଟ୍ ଦାଖଲ କରିଥିଲେ। ଉପବିଜେତା ଇଂଲଣ୍ଡର ତିନିଜଣ ଖେଳାଳି ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଥୋମାସ୍ ରେଭ୍‌କୁ ଦଳର କପ୍ଟେନ ଏବଂ ୱିକେଟକୀପର ଭାବେ ଚୟନ କରାଯାଇଛି। ସେ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିରୋଧରେ ମ୍ୟାଚ୍‌ଜିତୁଆ ଶତକ ହାସଲ କରିଥିଲେ ଏବଂ ସମଗ୍ର ୱର୍ଲ୍ଡ କପ୍‌ରେ 330 ରନ ସଂଗ୍ରହ କରିଥିଲେ।

ଇଂଲଣ୍ଡର ବେନ୍ ମେୟସ୍ (444 ରନ) ଟୁର୍ନାମେଣ୍ଟର ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିବାବେଳେ, ମାନି ଲମ୍ସଡେନ୍ (16 ୱିକେଟ୍) ସର୍ବାଧିକ ୱିକେଟ୍ ନେଇଥିଲେ। ଶ୍ରୀଲଙ୍କାର ବିରାନ୍ ଚାମୁଦିଥା, ଯିଏ ଜାପାନ ବିରୋଧରେ 192 ରନର ଐତିହାସିକ ପାଳି ଖେଳିଥିଲେ, ସେମାନେ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଏହା ସହ ଆଫଗାନିସ୍ତାନର ଫୈସଲ୍ ଖାନ୍ ଶିନୋଜାଦା ଓ ନୁରିସ୍ତାନୀ ଉମରଜଇ, ପାକିସ୍ତାନର ଅଲି ରଜା ଏବଂ ୱେଷ୍ଟଇଣ୍ଡିଜର ବାମହସ୍ତୀ ସ୍ପିନର ଭିଟେଲ୍ ଲାଭେସ୍ ମଧ୍ୟ ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ରେ ସାମିଲ ହୋଇଛନ୍ତି।

Related posts

ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କଲେ ଭାରତୀୟ କ୍ରିକେଟର କେ.ଏଲ୍. ରାହୁଲ

Odisha Sports Bureau

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

Odisha Sports Bureau

ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ