Cricket

ଦ୍ଵିତୀୟ ମ୍ୟାଚରେ ବଦଳିପାରେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧, ଦ୍ଵନ୍ଦରେ ଯାଦବ

ନୂଆଦିଲ୍ଲୀ: T20 World Cup 2026ରେ ଭାରତ ଶାନଦାର ଆରମ୍ଭ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ସାମ୍ନାରେ ଏବେ ଏକ ବଡ଼ ସିଲେକ୍ସନ୍ ଦ୍ୱନ୍ଦ୍ୱ ଦେଖା ଦେଇଛି। ପରବର୍ତ୍ତୀ ମ୍ୟାଚ୍‌ରେ ଦଳର ପ୍ଲେଇଂ ଇଲେଭେନ୍ ବାଛିବା ସମୟରେ ତାଙ୍କୁ ପ୍ରଥମ ମ୍ୟାଚ୍‌ର ହିରୋକୁ ବାହାରେ ବସାଇବାକୁ ପଡ଼ିପାରେ। ଭାରତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ୨୯ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର ବଡ଼ ପ୍ରଭାବ ପକାଇପାରି ନଥିଲେ। ଅଭିଷେକ ଶର୍ମା ଓ ଶିଭମ ଦୁବେ ଦୁହେଁ ଗୋଲ୍ଡେନ୍ ଡକ୍‌ର ଶିକାର ହୋଇଥିଲେ।

ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଥିଲେ ଯେ ଅଭିଷେକ ଶର୍ମା ସମ୍ପୂର୍ଣ୍ଣ ଭାବେ ଫିଟ୍ ନଥିବାରୁ ଫିଲ୍ଡିଂ କରିବାକୁ ଆସିନଥିଲେ। ପରେ ମହମ୍ମଦ ସିରାଜ ମଧ୍ୟ କହିଥିଲେ ଯେ ଅଭିଷେକଙ୍କ ପେଟ ଖରାପ ଥିଲା, କିନ୍ତୁ ନାମିବିଆ ବିରୋଧୀ ମ୍ୟାଚ୍‌ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।ସୂର୍ଯ୍ୟକୁମାର ଏହା ମଧ୍ୟ କନଫର୍ମ କରିଛନ୍ତି ଯେ ୱାଶିଂଟନ ସୁନ୍ଦର ଦିଲ୍ଲୀରେ ଟିମ୍ ଇଣ୍ଡିଆ ସହ ଯୋଗ ଦେବେ। ଭାରତର ପରବର୍ତ୍ତୀ ମ୍ୟାଚ୍ ୧୨ ଫେବୃଆରୀ, ଗୁରୁବାର ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମରେ ନାମିବିଆ ବିରୋଧରେ ଖେଳାଯିବ।

ଜସପ୍ରୀତ ବୁମରାହ ଭାଇରାଲ୍ ଜ୍ୱର ହେତୁ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ପ୍ଲେଇଂ ୧୧ରେ ସ୍ଥାନ ପାଇଥିଲେ। ସିରାଜ ଆମେରିକା ବିରୋଧରେ ୩ଟି ଉଇକେଟ୍ ନେଇ ସର୍ବଶ୍ରେଷ୍ଠ ବୋଲର ଥିଲେ ଏବଂ ପାୱାରପ୍ଲେରେ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ନେଇଥିଲେ। ହେଲେ ଯଦି ନାମିବିଆ ବିରୋଧୀ ମ୍ୟାଚ୍‌ରେ ଜସପ୍ରୀତ ବୁମରାହ ଫେରନ୍ତି, ତେବେ ଭଲ ପ୍ରଦର୍ଶନ ସତ୍ତ୍ୱେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ୧୧ରୁ ବାହାରେ ବସିବାକୁ ପଡ଼ିପାରେ। ଏହା ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏକ କଠିନ ନିଷ୍ପତ୍ତି ହେବ।

Related posts

ଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆ

ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

Odisha Sports Bureau

କୋହିଲିଙ୍କୁ ବିଶ୍ରାମ, ନେତୃତ ନେବେ ରୋହିତ

Odisha Sports Bureau