Cricket

ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ

ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ନାମିବିୟା ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚଳିତ ବିଶ୍ବକପ୍‌ରେ ନାମିବ୍ୟା ଅନ୍ୟତମ ଦୁର୍ବଳ ଦଳ। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୌଣସି ଦଳକୁ ଦୁର୍ବଳ ମଣିବା ଘାତକ ହୋଇପାରେ; ତା’ର ଉଦାହରଣ ଭାରତ ପ୍ରଥମ ମ୍ୟାଚ୍‌ରେ ପାଇସାରିଛି । ପ୍ରଥମ ମୁକାବିଲାରେ ଭାରତ ଆମେରିକାକୁ ପରାସ୍ତ କରିଥିଲା ।

IND vs NAM Match Prediction - Who Will Win Game No. 18? ICC T20 World Cup  2026

ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଟେନସନ ବଢିଛି । ଅଭିଷେକ ଶର୍ମା ଅସୁସ୍ଥ ଥିବା ଯୋଗୁଁ ସଂପୂର୍ଣ୍ଣ ଫିଟ୍ ହୋଇନାହାନ୍ତି । ତେଣୁ ଆଜି ଅଭିଷେକଙ୍କ ସ୍ଥାନ ସଂଜୁ ସାମସନ ଖେଳିବେ । ଅଭିଷେକଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆମେରିକା ବିପକ୍ଷ ମୁକାବିଲାରେ ଜସପ୍ରୀତ ବୁମରାଙ୍କୁ ସୁଯୋଗ ମିଳିନଥିଲା । ଏବେ କିନ୍ତୁ ସେ ପୁରା ଫିଟ୍ ଅଛନ୍ତି ଏବଂ ମଙ୍ଗଳବାର ଓ ବୁଧବାର ସେ ଘଣ୍ଟା ଘଣ୍ଟା ଧରି ନେଟ୍ସ ପ୍ରାକ୍ଟିସ କରିଛନ୍ତି । ତେଣୁ ନାମିବ୍ୟା ବିପକ୍ଷରେ ବୁମରା ଖେଳିବା ନିଶ୍ଚିତ । ଆଉ ଯଦି ବୁମରା ସୁଯୋଗ ପାଆନ୍ତି ତେବେ ମହମ୍ମଦ ସିରାଜ୍ ବାଦ୍ ପଡିବେ ।

ICC Men's T20 World Cup 2026: India vs Namibia - team analysis, strengths  and weaknesses

ଆମେରିକା ବିପକ୍ଷ ମ୍ୟାଚରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରିନଥିଲେ । ସୂର୍ଯ୍ୟକୁମାର ଦଳରେ ସନ୍ତୁଳନ ରକ୍ଷା କରିବାକୁ ତିନି ଜଣ ଅଲରାଉଣ୍ଡରଙ୍କ ସହ ପଡିଆକୁ ଓହ୍ଲାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଅକ୍ଷର ପଟେଲ ମ୍ୟାଚରେ ଖେଳିବେ ।

Related posts

ବିଶ୍ୱର ସବୁଠୁ ଧନୀ କ୍ରିକେଟର

Odisha Sports Bureau

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

Odisha Sports Bureau

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau