Athletics

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬

ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ । ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ କ୍ରୀଡା ପ୍ରତି ଯୋଗିତା । ଭାରତୀୟ ପାରା ଅଲମ୍ପିକ୍ କମିଟି, ଓଡ଼ିଶା ସରକାର ଓ ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ଙ୍କ ମିଳିତ ପ୍ରୟାସରେ ଏହି ଆୟୋଜନ କରାଯାଉଛି । ୧୮ ମାର୍ଚ୍ଚ ଅପରାହ୍ନ ୪ଟାରେ ହେବ ଉଦଘାଟନୀ ଉତ୍ସବ ।  କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନସିପ୍‌ର ଶୁଭାରମ୍ଭ କରିବେ।

ଦେଶର ୨୮ଟି ରାଜ୍ୟରୁ ପ୍ରାୟ ୧୪୦୦ ରୁ ଅଧିକ ପାରା ଖେଳାଳି ୧୪୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ୧୯ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସକାଳ ୯ଟା ରୁ ୧୧ଟା ଏବଂ ସନ୍ଧ୍ୟା ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୁଇଟି ସେସନରେ ହେବ । ଓଡ଼ିଶାରୁ ୪୦ ଜଣ ଦଳ ଅଂଶଗ୍ରହଣ କରୁଥିବାବେଳେ, ଦଳର ନେତୃତ୍ୱ ନେଉଛନ୍ତି ଜାତୀୟ ରେକର୍ଡ ଧାରୀ ସୁଚିତ୍ରା ପରିଡା । ଏହି ଚାମ୍ପିଅନସିପ୍‌ ପାରା କ୍ରୀଡା ପ୍ରତି ସଚେତନତା ବଢ଼ାଇବା ସହ ଅଧିକ ଲୋକଙ୍କୁ କ୍ରୀଡା ଦିଗରେ ପ୍ରେରିତ କରିବ ବୋଲି ଆଶା କରାଯାଉଛି।

Odisha FC all set to play home matches in Bhubaneswar from December 27

 

Related posts

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

Odisha Sports Bureau