Cricket

ମାର୍ଚ୍ଚ ୨୮ରୁ IPL ୨୦୨୬ ଆରମ୍ଭ, ଉଦଘାଟନୀ ଉତ୍ସବ ବାତିଲ

ଭୁବନେଶ୍ୱର/ବେଙ୍ଗାଲୁରୁ: ଆଉ ମାତ୍ର ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ Indian Premier League। ଏଥର ୧୦ଟି ଦଳ ମଧ୍ୟରେ ହେବ ଜୋରଦାର ମୁକାବିଲା, ମୈଦାନରେ ଛକ୍କା-ଚଉକାର ବର୍ଷା ସହ କମ୍ପିଉଠିବ ଷ୍ଟାଡିୟମ ଏବଂ ନୂଆ ରେକର୍ଡ ସୃଷ୍ଟି ପାଇଁ ଖେଳାଳିମାନେ ତୟାର ଅଛନ୍ତି। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ Board of Control for Cricket in India ଏକ ବଡ଼ ନିଷ୍ପତ୍ତି ନେଇଛି। ଏବର୍ଷ IPLର ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି।

ଏହା ଫଳରେ ପ୍ରତିବର୍ଷ ଦେଖିବାକୁ ମିଳୁଥିବା ତାରକାମାନଙ୍କ ଝଲକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏଥର ଦେଖିବାକୁ ମିଳିବ ନାହିଁ। ଗତବର୍ଷ ବେଙ୍ଗାଲୁରୁରେ Royal Challengers Bengaluru ଟିମ୍‌ର ବିଜୟ ପରେ ହୋଇଥିବା ଭିକ୍ଟ୍ରି ପରେଡ ସମୟରେ ଦଳାଚକଟା ଘଟଣାରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସମ୍ମାନର୍ଥେ BCCI ଏହି ସିଜନରେ ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍‌ରେ Royal Challengers Bengaluru ଓ Sunrisers Hyderabad ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଐତିହାସିକ M. Chinnaswamy Stadium ରେ ଖେଳାଯିବ।ଗତ ସିଜନରେ RCB ପ୍ରଥମଥର ପାଇଁ IPL ଟାଇଟଲ ଜିତିଥିଲା ଏବଂ ୪ ଜୁନ୍ ୨୦୨୫ରେ ହୋଇଥିବା ଉତ୍ସବ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେଥିପାଇଁ BCCI ଏଥର ସତର୍କ ଭାବେ ଏହି ପଦକ୍ଷେପ ନେଇଛି। ଯଦିଓ ଉଦଘାଟନୀ ଉତ୍ସବ ବାତିଲ ହୋଇଛି, ତଥାପି IPL ୨୦୨୬ର ସମାପନୀ ଉତ୍ସବ ମେ ୩୧ ତାରିଖରେ ହେବା ସମ୍ଭାବନା ରହିଛି। ସେହି ଦିନ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ।

ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ ଯେ IPL ଉଦଘାଟନୀ ଉତ୍ସବ ବାତିଲ ହୋଇଛି। ପୂର୍ବରୁ Pulwama Attack ପରେ ୨୦୧୯ ମସିହାରେ ମଧ୍ୟ ଏହି ଉତ୍ସବ ସ୍ଥଗିତ ରଖାଯାଇଥିଲା ଏବଂ ସେଥିପାଇଁ ବ୍ୟୟ ହେବାକୁ ଥିବା ଅର୍ଥ ସହିଦମାନଙ୍କ ପରିବାରଙ୍କୁ ଦାନ କରାଯାଇଥିଲା। ଏହି ପରିସ୍ଥିତିରେ, ଏବର୍ଷ IPL ଆରମ୍ଭ ହେବ ସରଳ ଭାବରେ, କିନ୍ତୁ ମୈଦାନରେ ଖେଳାଳିମାନଙ୍କ ଯୁଦ୍ଧ ଓ ରୋମାଞ୍ଚ କୌଣସିଭାବେ କମ୍ ହେବ ନାହିଁ।

Related posts

ତାଙ୍କ ବାପା କୁଣ୍ଡଳୀ ପଢି ତାଙ୍କୁ କ୍ରିକେଟର କରିଥିଲେ,ଏହା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ବୋଲର ବୈଷ୍ଣବୀଙ୍କ କାହାଣୀ

Odisha Sports Bureau

ପ୍ରଥମ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କଲେ ଯଶସ୍ବୀ ଜୟସ୍ବାଲ୍

ମିତାଲି ରାଜଙ୍କ ମହିଳା ଦଳ ୨-୦ରେ ସିରିଜ ଜିତିଲା

Odisha Sports Bureau