Swimming

ଯୌନ ନିର୍ଯାତନା ଅଭିଯୋଗରେ ଫସିଲେ ଭାରତୀୟ ଖେଳାଳିଙ୍କ !

ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ସେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ସେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଜାପାନ ପୋଲିସ ସେଖଙ୍କୁ ଅଟକ ରଖିଥିଲା । କିନ୍ତୁ ମଙ୍ଗଳବାର ତାଙ୍କୁ ଭାରତକୁ ପଠାଇ ଦିଆଯାଇଛି ।

जापान में यौन उत्पीड़न के आरोप में घिरे भारतीय पैरा तैराक, PCI मोहम्मद शम्स  आलम पर लगा सकता है आजीवन प्रतिबंध | Jansatta

ଘଟଣାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତାଙ୍କ ବିରୋଧରେ ଆଜୀବନ ବ୍ୟାନ୍ ଲଗାଇବାକୁ ବିଚାର କରୁଛି । ରିପୋର୍ଟ ଅନୁସାରେ, ଗତ ସୋମବାର ଏହି ଘଟଣା ଘଟିଥିଲା । ଭାରତୀୟ ଦଳ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ଜଣେ ମହିଳା ହାଉସକିପିଂ କର୍ମଚାରୀ ସେଖଙ୍କ କୋଠରୀରେ କିଛି କାମ କରୁଥିଲେ । ଏତିକି ବେଳେ ସେଖ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Para-swimmer Mohammad Shams Aalam Shaikh has made history! He is now the  first swimmer with paraplegia to conquer the longest open-water swim at the  National Takshila Open Water Swimming Competition in Patna.

ଘଟଣାକୁ ନେଇ ମହିଳା ସ୍ଥାନୀୟ ଆୟୋଜନ ସମିତି ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଭାରତୀୟ ଅଧିକାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା । ସୋମବାର ଜାପାନ ପୋଲିସ ସେଖଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଭାରତ ପଠାଇ ଦେଇଛି । କୌଣସି ଇଭେଣ୍ଟରେ ଭାଗ ନନେଇ ସେ ଭାରତ ଫେରି ଆସିଛନ୍ତି ।

Indian Swimmer Sexual Harassment; Mohammad Shams Aalam Shaikh | Asian Para  Games 2026

ମାମଲାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ବା ପିସିଆଇ ତଦନ୍ତ ଆରମ୍ଭ କରିଛି । ସେଖଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଚାରବିମର୍ଶ ଚାଲିଛି । ସମୀକ୍ଷା କରାଯିବା ପରେ ଔପଚାରିକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିହାରର ସେଖ୍ ମହମ୍ମଦ ଅସଲାମ୍ ଭାରତୀୟ ପାରା ସ୍ୱିମିଂର ସିନିଅର୍ ଖେଳାଳି । ସେ ବିଭିନ୍ନ ବର୍ଗରେ ନମ୍ବର ଓ୍ୱାନ୍ ରାଙ୍କ୍ ହାସଲ କରିସାରିଛନ୍ତି ।୨୦୧୮ରେ ଜାକର୍ତ୍ତାରେ ସେ ଏସିଆନ୍ ଗେମ୍ସରେ ଭାଗନେଇ ସୁନା ଜିତିଥିଲେ ।

Mumbai's Mohammad Shams Aalam Shaikh Wins Bronze At Sweden Para Swim  Championship, Climbs To World No. 4

Related posts

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

Odisha Sports Bureau

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

Odisha Sports Bureau