ରିଙ୍ଗ୍ରେ ଯାହାଙ୍କ ଗର୍ଜନରେ ଥରହର ହେଉଥିଲେ ପ୍ରତିପକ୍ଷ, ଆଜି ସେହି ଷ୍ଟାର୍ଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ପୂରା WWE ଜଗତ! ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ WWE ରେସଲର୍ ବ୍ରନ୍ସନ୍ ରିଡ୍। ତାଙ୍କ ଅସଲି ନାଁ ଜର୍ମେନ୍ ହେଲି। ଏହି ଦୁଃଖଦ ଖବର WWE ପକ୍ଷରୁ ଘୋଷଣା କରାଯାଇଛି। WWEର ସୂଚନା ଅନୁସାରେ, ଚିକିତ୍ସାଜନିତ ଜଟିଳତା ଯୋଗୁଁ ତାଙ୍କର ପରଲୋକ ହୋଇଛି। ତେବେ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କମ୍ପାନୀ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇନାହିଁ।

ଅଷ୍ଟ୍ରେଲିଆରେ ଜନ୍ମିତ ବ୍ରନ୍ସନ୍ ୨୦୧୯ରେ WWEରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ନିଜର ଶକ୍ତିଶାଳୀ ଶରୀର ଓ ଜବରଦସ୍ତ ରେସଲିଂ ଷ୍ଟାଇଲ୍ ପାଇଁ ସେ ବେଶ୍ ପରିଚିତ ଥିଲେ। ୨୦୨୪ରେ ଆନ୍ଦ୍ରେ ଦ ଜାଏଣ୍ଟ ମେମୋରିଆଲ୍ ବ୍ୟାଟଲ୍ ରୟାଲ୍ ଜିତିଥିଲେ। ତାଙ୍କର ଶେଷ ଉପସ୍ଥିତି ନଭେମ୍ବର ୭ରେ ସାଉଦି ଆରବରେ ଆୟୋଜିତ କ୍ରାଉନ୍ ଜୁଏଲ୍ ଇଭେଣ୍ଟରେ ଥିଲା। ତାଙ୍କ ପତ୍ନୀ ପେଜ୍ ଓ ପରିବାରକୁ ନେଇ WWE ଗଭୀର ସମବେଦନା ଜଣାଇଛି। ରିଙ୍ଗ୍ରେ ତାଙ୍କର ସେହି ଦମ୍ଦାର ଅନ୍ଦାଜ୍ ଆଉ ଦେଖିବାକୁ ମିଳିବନି। ଅତି କମ୍ ବୟସରେ ଜଣେ ଦକ୍ଷ ରେସଲର୍ଙ୍କୁ ହରାଇଛି କ୍ରୀଡ଼ା ଜଗତ।
