volleyball

ଏକ ଦିବସୀୟ “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଭଲିବଲ ଖେଳର ପ୍ରଚାର ଓ ପ୍ରସାର ଓ ଲୋକପ୍ରିୟ ପାଇଁ ଅଣ୍ଟା ଭିଡିଛନ୍ତି ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଗ୍ରାମର  ଯୁବଗୋଷ୍ଠୀ । କିଛି ବର୍ଷ ପୂର୍ବେ ମହୁଲଡିହା ଗ୍ରାମର ଭଲିବଲ ଯୁବ ତାରକା ସାନୁର ଅକାଳ ବିୟୋଗରେ ଖେଳାଳି ମାନଙ୍କ ମନ ଉଣା ହୋଇ ଯାଇଥିଲା ।ପ୍ରିୟ ସାଥୀ ସାନୁ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ମହୁଲଡିହାର ଯୁବ ଭଲିବଲ କ୍ରୀଡାପ୍ରେମୀଙ୍କ ପ୍ରୟାସରେ ଗତକାଲି ମହୁଲଡିହା  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଦିବସୀୟ ଦିବାରାତ୍ର “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୟୂରଭଞ୍ଜ ଜିଲ୍ଲାର ଆଠ ଟି ବଛା ବଛା ଦଳ ମହୁଲଡିହା, ଭଂଜକିଆ, କୁଳତା, ନୁରୁବାଦଡା, ଗଡପଳଶା,  ଯଶିପୁର, ହାଟବାଦଡା ଏବଂ ବଡାମତଳିଆ ସମେତ ଆଠ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଖେଳକୁ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଅଧିକାରୀ ଶ୍ରୀ ପରିକ୍ଷିତ ଦାସ ପ୍ରଦୀପ ପ୍ରଜ୍ବଳନ କରି ଖେଳର ଶୁଭାରମ୍ଭ କରିବା ସହ ଖେଳାଳୀମାନଙ୍କୁ ଶୃଙ୍ଖଳା, ନିଷ୍ଠା ଓ ପ୍ରତିଯୋଗିତା  ମୂଳକ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଫାଇନାଲ ଖେଳରେ ଯଶିପୁର ଭଲି ଟିମ୍ ରାଇରଙ୍ଗପୁରର ମହୁଲଡିହା ଭଲିଟିମ କୁ ହରାଇ ଚମ୍ପିୟାନ ହୋଇଥିଲେ । ଅପରାହ୍ନ ୩ ଠାରୁ ରାତି ୧୦.୩୦ ପର୍ଯ୍ୟନ୍ତ ଖେଳଚାଲିଥିଲା । ଶହ ଶହ ଦର୍ଶକ ଓ ଖେଳପ୍ରେମୀ ଖେଳ ଦେଖିବା ସହ  ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ପରେ ଟୁର୍ଣ୍ଣାମେଣ୍ଟର ସଭାପତି ଯୁବ ସମାଜସେବୀ ସୁରେଶ କୁମାର ମାଝୀ ବିଜେତାଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସଂପାଦକ ଗୁରୁପ୍ରସାଦ ଘୋଷିଲ, ଯୁବ ସାମ୍ୱାଦିକ ବିଶ୍ଵରଞ୍ଜନ ପାଲ , ସିଲୁ ନନ୍ଦ, ସୁନିଲ ମାଝୀ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ମହୁଲଡିହା ଯୁବକଙ୍କ ଭଲିବଲ ଖେଳକୁ ଅଧିକ ଆକର୍ଷଣ , ଲୋକପ୍ରିୟ  କରାଇବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଯୁବ କ୍ରୀଡ଼ାପ୍ରେମୀ ମହଲରେ ପ୍ରଶଂସା କରାଯାଇଛି ।

Related posts

ଭାରତୀୟ ଭଲିବଲ ଦଳର ଉଜ୍ଜ୍ୱଳ ଭବିଷ୍ୟତ ରାହୁଲ ବାରିକ

Odisha Sports Bureau

ବିଜୟ ଏବଂ ଶିବ ଓଡ଼ିଶା ଭଲିବଲ ଆସୋସିଏସନ ଉପସଭାପତି ମନୋନୀତ

ଡ ସାମନ୍ତ ଭଲିବଲ ଫେଡେରେସନ ଅଫ ଇଣ୍ଡିଆର ସଭାପତି ନିର୍ବାଚିତ

Odisha Sports Bureau