volleyball

ଡ ସାମନ୍ତ ଭଲିବଲ ଫେଡେରେସନ ଅଫ ଇଣ୍ଡିଆର ସଭାପତି ନିର୍ବାଚିତ

ଭୁବନେଶ୍ୱର: ଭଲିବଲ ଫେଡେରେସନ୍ର ଅଫ ଇଣ୍ଡିଆର ସଭାପତି ଭାବେ ନିର୍ବିବାଦରେ ନିର୍ବାଚିତ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କିଟ୍ ଓ କିମ୍ସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତରାୟ । ଏହି ପଦବୀ ପାଇବା ପରେ ସେ ଭାରତୀୟ ଅଲମ୍ପିକ ଆସୋସିଏସନର ଜଣେ ଉଚ୍ଚ ପଦବୀଧାରୀ ଭାବେ ଭାରତୀୟ କ୍ରିଡା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ଡ ସାମନ୍ତଙ୍କୁ ଭାରତୀୟ ଭଲିବଲ ଫେଡେରେସନର ସଭାପତି ନିୟୋଜିତ କରାଯିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛିି । ଓଡିଆ ଭଲିବଲ ଆସୋସିଏସନ ପକ୍ଷରୁ ସଂଗଠନର ସାଧାରଣ ସମ୍ପାଦକ ଡ ଗଗନେନ୍ଦୁ ଦାଶ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଭଲିବଲ ଇଣ୍ଡିଆ ଫେଡେରେସନର ନିଷ୍ପତ୍ତିକୁ ନେଇ ଡ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଆଗକୁ ଭଲିବଲ କ୍ଷେତ୍ରରେ ଭାରତକୁ ବିଶ୍ୱ ସ୍ଥରରେ ସଫଳତାର ଶିଖରରେ ପହଞ୍ଚାଇବା ନେଇ ଦ୍ଧୃଡ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ସେ ଭାରତୀୟ ଭଲିବଲ ପେଡେରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନିତ ହୋଇଥିଲେ । ରାଜ୍ୟ କ୍ରିଡା କ୍ଷେତ୍ର ପ୍ରତି ବହୁ ଅବଦାନ ରହିଛି ଡ ସାମନ୍ତଙ୍କର । ସେ ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ କ୍ରିଡାକୁ ତାଙ୍କ ସଂଗଠନର କ୍ରିଡାବିତଙ୍କ ଦ୍ୱାରା ସମୃଦ୍ଧ କରିଛନ୍ତି । ତେଣୁ ତାଙ୍କ ନେତୃତ୍ୱରେ ଭାରତୀୟ ଭଲିବଲ ତଥା ଅନ୍ୟାନ୍ୟ କ୍ରିଡା ନିଶ୍ଚିତ ସଫଳତାର ଶିଖର ଦେଶରେ ପାଦ ଥାପିବ । ଡ ସାମନ୍ତ ଏହି ପଦବୀରେ ଆସିନ୍ନ ହୋଇଥିବା ପ୍ରଥମ ଓଡଆ ହୋଇଥିବାରୁ ତାଙ୍କ ପାଇଁ ଆଜି ଓଡିଶା ଗୌରବାନ୍ୱିତ ହୋଇଛି ।

Related posts

ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟନ

Odisha Sports Bureau

୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ଓଡିଆ ଖେଳାଳି

Odisha Sports Bureau

ବିଜୟ ଏବଂ ଶିବ ଓଡ଼ିଶା ଭଲିବଲ ଆସୋସିଏସନ ଉପସଭାପତି ମନୋନୀତ