Cricket

ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ

ମୁମ୍ବାଇ : ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ । ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି । ୭ ଛକା ସହ ୪୩ ରନ ଗୋଟିଏ ଓଭରରେ କରିବା ସହ ସେ ଏହି ଦିନିକିଆ ମ୍ୟାଚରେ ସେ ନିଜର ଦ୍ବିଶତକ ପୂରଣ କରିଥିଲେ । ଏହି ମ୍ୟାଚରେ ୪୯ ଓଭରରେ ବୋଲିଂ କରୁଥିବା ଉତ୍ତରପ୍ରଦେଶର ଶିବା ସିଂଙ୍କ ବଲରେ ନିର୍ଦ୍ଧୁମ ପ୍ରହାର କରିଥିଲେ । ଯାହା ଫଳରେ ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ କରିପାରିଥିଲା । ୪୯ ତମ ଓଭରରେ ଗାଏକ୍ବାଡ୍ ଲଗାତାର ଛକା ମାରୁଥିବାବେଳେ ୫ମ ବଲଟି ନୋ ବଲ ହୋଇଥିଲା । ସେଥିରେ ବି ସେ ଏକ ଛକା ମାରିଥିଲେ । ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ ଏତେ ରନ କରିବାରେ ସେ ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି ।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

Odisha Sports Bureau

ମଧ୍ୟପ୍ରଦେଶକୁ ହରାଇ ଦିଲ୍ଲୀ ବିଜୟୀ

Odisha Sports Bureau