Cricket

ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ କରିଛନ୍ତି । ଟିମରେ ଏହି  ଦୁଇ ବରିଷ୍ଠ ଖେଳାଳି ଦିନିକିଆ ସିରିଜ୍ ଖେଳିବେ ।

ସୂଚନା ଅନୁଯାୟୀ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ରହିବା ପାଇଁ କହିଥିଲେ । ରୋହିତ୍ ଶର୍ମା ପୂର୍ବରୁ ଏଥିପାଇଁ ରାଜି ହୋଇଥିବା ବେଳେ ଏବେ ବିରାଟ୍ କୋହଲି ମଧ୍ୟ ରାଜି ହୋଇଛନ୍ତି । ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ଟି-୨୦ ବିଶ୍ୱକପ ଜିତିବା ପରେ ବିଶ୍ରାମ ନେଉଛନ୍ତି । ରୋହିତ୍ ଶର୍ମା ଆମେରିକାରେ ଏବଂ ବିରାଟ କୋହଲି ଲଣ୍ଡନରେ ଅଛନ୍ତି । ଅନୁମାନ କରାଯାଉଥିଲା ଯେ ଦୁଇ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ନପାରନ୍ତି କିନ୍ତୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଦୁହିଁଙ୍କୁ ଟିମରେ ସାମିଲ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇ ନାହିଁ ।

Related posts

କ୍ୟାପଟେନ ହେବା ପରେ ଦମଦାର ଅନ୍ଦାଜରେ ଫର୍ମକୁ ଫେରିଲେ ସୂର୍ୟ୍ୟ କୁମାର ଯାଦବ

Odisha Sports Bureau

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau

ପୁଣି ଚ୍ଚର୍ଚାରେ ରିଙ୍କୁ ସିଂହ,ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ

Odisha Sports Bureau