Cricket

ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କ ପରେ ଏବେ ବିରାଟ କୋହଲି ମଧ୍ୟ ନିଜ ଛୁଟିକୁ କ୍ୟାନ୍ସଲ କରିଛନ୍ତି । ଟିମରେ ଏହି  ଦୁଇ ବରିଷ୍ଠ ଖେଳାଳି ଦିନିକିଆ ସିରିଜ୍ ଖେଳିବେ ।

ସୂଚନା ଅନୁଯାୟୀ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦୁଇ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ରହିବା ପାଇଁ କହିଥିଲେ । ରୋହିତ୍ ଶର୍ମା ପୂର୍ବରୁ ଏଥିପାଇଁ ରାଜି ହୋଇଥିବା ବେଳେ ଏବେ ବିରାଟ୍ କୋହଲି ମଧ୍ୟ ରାଜି ହୋଇଛନ୍ତି । ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ଟି-୨୦ ବିଶ୍ୱକପ ଜିତିବା ପରେ ବିଶ୍ରାମ ନେଉଛନ୍ତି । ରୋହିତ୍ ଶର୍ମା ଆମେରିକାରେ ଏବଂ ବିରାଟ କୋହଲି ଲଣ୍ଡନରେ ଅଛନ୍ତି । ଅନୁମାନ କରାଯାଉଥିଲା ଯେ ଦୁଇ ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ନପାରନ୍ତି କିନ୍ତୁ ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଦୁହିଁଙ୍କୁ ଟିମରେ ସାମିଲ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇ ନାହିଁ ।

Related posts

ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ପାଇଁ ମୁମ୍ବାଇ ବାହାରିଲା ଟିମ୍ ଇଣ୍ଡିଆ

Odisha Sports Bureau

ଓଡିଆ ଖେଳାଳୀଙ୍କ ଘରବାହୁଡା

Odisha Sports Bureau

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର

Leave a Comment