Cricket

ସୁପର୍ ଓଭରରେ ଫଏସଲା, ପାକିସ୍ତାନକୁ ହରାଇଲା ଆମେରିକା

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ଖେଳାଯାଇଥିବା ପାକିସ୍ତାନ-ଆମେରିକା ମୁକାବିଲା ରୋମାଞ୍ଚକ ଭାବେ ଟାଇ (୧୫୯ ରନ୍‌) ହୋଇଯାଇଛି। ଏହା ପରେ ସୁପର୍ ଓଭର ମୁକାବିଲାରେ ଜିତି ଆମେରିକା ଐତିହାସିକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପ୍‌ରେ ମଧ୍ୟ ଏହା ଥିଲା ପ୍ରଥମ ବିପର୍ଯ୍ୟୟ। ସୁପର୍ ଓଭରରେ ମହମ୍ମଦ ଆମିରଙ୍କ ବିପକ୍ଷରୁ ଆମେରିକା ୧୮ ରନ୍ ସଂଗ୍ରହ କରି ନେଇଥିଲା। ଏହା ମଧ୍ୟରେ ୩ ୱାଇଡ୍ ସାମିଲ ଥିଲା। ଜବାବରେ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକରଙ୍କ ବିପକ୍ଷରେ କିନ୍ତୁ ପୂର୍ବତନ ବିଜେତା ପାକିସ୍ତାନ ଦଳ ୧୩ ରନ୍ ସଂଗ୍ରହ କରି ୫ ରନ୍‌ରେ ହାରିଯାଇଛି। ଏହି ବିଜୟ ସହିତ ଆମେରିକା ୨ରୁ ୨ ବିଜୟ ସହ ମଧ୍ୟ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି। ଗ୍ରାଣ୍ଡ୍ ପ୍ରାରି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍ ଜିତି ଆମେରିକା କ୍ଷେତ୍ରରକ୍ଷଣ କରିଥିଲା। ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏକଦା ଦଳ ପଞ୍ଚମ ଓଭର ବେଳକୁ ୨୬ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ମହମ୍ମଦ ରିଜୱାନ, ଉସମାନ ଖାନ୍, ଫକର ଜମାନ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଏହି ସମୟରେ ଅଧିନାୟକ ବାବର ଆଜମ (୪୩ ବଲ୍‌ରୁ ୪୪ ରନ୍, ୩ ଚୌକା, ୨ ଛକା) ଓ ସଦାବ ଖାନ୍ (୨୫ ବଲ୍‌ରୁ ୪୦ ରନ୍, ୧‌ ଚୌକା, ୩ ଛକା) ୬୨ ରନ୍‌ ଭାଗୀଦାରି କରି ଦଳକୁ ସମ୍ଭାଳିଥିଲେ। ଶେଷ ଭାଗରେ ଇଫତିକାର ଅହମ୍ମଦ (୧୪ ବଲ୍‌ରୁ ୧୮ ରନ୍) ଏବଂ ସାହିନ୍ ସାହା ଆଫ୍ରିଦି (୧୬ ବଲ୍‌ରୁ ୨୩* ରନ୍) ପାକିସ୍ତାନକୁ ୧୫୯ ରନ୍‌ରେ ପହଞ୍ଚାଇଥିଲେ। ଅଧିନାୟକ ମୋନାଙ୍କ ପଟେଲ୍‌ ୩୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ନିର୍ଣ୍ଣାୟକ ହୋଇଥିଲା। ପଶ୍ଚାତଧାବନ ବେଳେ ଶେଷ ଓଭରରୁ ଆମେରିକାକୁ ୧୫ ରନ୍ ଆବଶ୍ୟକ ଥିବାବେଳେ ଘରୋଇ ଦଳ ୧୩ ରନ୍ କରିପାରିଥିଲା।

Related posts

ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ; ଜାଣନ୍ତୁ କ’ଣ କହିଲା ପାକିସ୍ତାନ?

Odisha Sports Bureau

T20 ମହିଳା ବିଶ୍ୱକପ୍ ୨ ବର୍ଷ ପରେ ଫେରିଲେ ଏହି ଖେଳାଳି…

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା