More Sports

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ବର୍ମିଂହାମ: କମନୱେଲ୍ଥ ଗେମ୍ସରେ ପୁଣି ଭାରତକୁ ସ୍ବର୍ଣ୍ଣ ପଦକ । ଭାରତର ସୁନା ପୁଅ ଅଚିନ୍ତ ଶିଉଳି ଆଣିଲେ ସ୍ୱର୍ଣ୍ଣ ପଦକ । ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ମୀରାବାଇ ଚାନୁ ଓ ଜେରେମି ଲାଲରିନୁଙ୍ଗାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା । ୨୦ ବର୍ଷୀୟ ଅଚିନ୍ତା ବିଜୟର ଶ୍ରେୟ ସେ ତାଙ୍କ କୋଚ୍ ଓ ଭାଇକୁ ଦେଇଥିବା ବେଳେ ମେଡାଲ ସେମାନଙ୍କୁ ସମର୍ପିତ କରିଥିବା କହିଛନ୍ତି ।

ଭାର ଉତ୍ତୋଳନ ବେଳେ ତାଙ୍କୁ ଆଘାତ ଲାଗିଥିଲେ ବି ପଦକ ଗ୍ରହଣ ଉତ୍ସବରେ ସେ ପୂରା ଫିଟ୍‌ ନଜର ଆସିଥିଲେ । ମିଜୋରାମ ଆଇଜାୱଲର ଏହି ଖେଳାଳି ପଦକ ଜିତି ଦେଶର ଗୌରବ ବଢାଇଛନ୍ତି । ଏହାପରେ ସେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ । ଭାରତ ନାଁରେ ଏବେ ସୁଦ୍ଧା ୬ଟି ମେଡାଲ ଆସିଥିବା ବେଳେ କେବଳ ଭାରୋତ୍ତେଳନରେ ଦେଶକୁ ମିଳିଛି ତିନୋଟି ସ୍ବର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଭାରୋତ୍ତଳନରେ ମିରାବାଇ ଚାନୁ, ତାପରେ ଜେରେମି ଏବେ ଅଚିନ୍ତା ଦେଶ ପାଇଁ ଆଣିଛନ୍ତି ଗୌରବ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତ ଦୁଇଦିନ ହେବ ଭାରତୀୟ ଭାରତ୍ତୋଳକଙ୍କ କମାଲ ଦେଖିବାକୁ ମିଳିଛି ।

Related posts

ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ କିବିୱତ୍

Odisha Sports Bureau

ଫାଇନାଲରେ ଭାବିନାଙ୍କ ଏଣ୍ଟ୍ରି

Odisha Sports Bureau

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

Odisha Sports Bureau