More Sports

ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ ପ୍ରି-କ୍ୱାର୍ଟରଫାଇନାଲରେ କବିନ୍ଦର ସିଂହ

(ଓଡିଶାସ୍ପୋର୍ଟସ ): ଋବିବାର ଦିନ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ଚୀନର ଚେନା ଝିହାଓଙ୍କୁ ହରାଇ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା କବିନ୍ଦର ସିଂହ (୫୭ କେଜି) ।
ପଞ୍ଚମ ସିଡରେ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଚୀନ ବକ୍ସର ଜଣକ ଲହୁଲୁହାଣ ହୋଇଥିଲେ। ଉଭୟ ଖେଳାଳି ପରସ୍ପରକୁ ସେଭଳି ଆକ୍ରମଣ କରିପାରିନଥିଲେ ଏବଂ ଜଜ୍ କବିନ୍ଦରଙ୍କ ସପକ୍ଷରେ ମୁକାବିଲାକୁ ୩-୨ରେ ନିଷ୍ପତ୍ତି ଦେଇଥିଲେ।
ଭାରତୀୟ ବାୟୁସେନାରେ ସାମିଲ୍ ଥିବା ୨୬ ବର୍ଷୀୟ ଏହି ଖେଳାଳି ୨୦୧୭ରେ ହାମବର୍ଗରେ ହୋଇଥିବା ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟରଫାଇନାଲ୍ ପର୍ୟ୍ୟନ୍ତ ଯାଇଥିଲେ, କିନ୍ତୁ ଏଥର ସେ ପଦବ ଦାବିଦାର ଦୌଡ଼ରେ ସାମିଲ୍ ଅଛନ୍ତି। ଏହା ପୂର୍ବରୁ ଦ୍ୱିତୀୟ ସିଡ୍ ଏବଂ ଏସୀୟ ଚାମ୍ପିୟନ୍ ଅମିତ୍ ପାଙ୍ଘାଲ (୫୨ କେଜି) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ମନିଷ କୌଶିକ (୬୩ କେଜି) ଦମଦାର ବିଜୟ ସହ ପ୍ରି-କ୍ୱାର୍ଟରଫାଇନାଲ୍ ସ୍ଥାନ ହାସଲ କରିଛନ୍ତି।

Related posts

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦିବ୍ୟାଂଶ

Odisha Sports Bureau

ସଡ଼କ ଦୁର୍ଘଟଣାରେ ଜୟନ୍ତୀଲାଲ ନାନୋମାଙ୍କର ମୃତ୍ୟୁ