Cricket

IPLରେ ପୁଣି ତେନ୍ଦୁଲକର

ଚଳିତ ଆଇପିଏଲରେ ସଚିନ ତେନ୍ଦୁଲକରଙ୍କ ପୁଅ ଜୁନିୟର ଅର୍ଜୁନ ତେନ୍ଦୁଲ କର ଡେବ୍ୟୁ କରିଛନ୍ତି । ବାପା ଯେଉଁ ଗ୍ରାଉଣ୍ଡରୁ ଶେଷ ମ୍ୟାଚ ଖେଳିଥିଲେ ସେହି ଗ୍ରାଉଣ୍ଡରୁ ପୁଅ ଖେଳ ଆରମ୍ଭ କରିଛନ୍ତି ।ସଚିନ ଥିବା ଟିମ ମୁମ୍ବାଇ ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ଡେବ୍ୟୁ କରିଛନ୍ତି । ଆଇପିଏଲ ୨୦୨୩ ଟୁର୍ଣ୍ଣାମେଣ୍ଟର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଅର୍ଜୁନ ।
ଟିମରେ ଆସିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଅର୍ଜୁନଙ୍କୁ ଟିମକୁ ସ୍ୱାଗତ ଜଣାଇଛନ୍ତି । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା । ଟି୨୦ କ୍ୟାରିୟରରେ ଅର୍ଜୁନ ପୂର୍ବରୁ ୯ଟି ମ୍ୟାଚ୍ ଖେଳିସାରିଛନ୍ତି ଓ ସେଥିରୁ ୧୨ଟି ୱିକେଟ୍ ନିଜ ନାମରେ କରିଛନ୍ତି ।
ଅର୍ଜୁନ ଆଇପିଏଲରେ ଯେଗଦେବା ପରେ ସଚିନ ତେନ୍ଦୁଲକର ଟୁଇଟରରେ ଏକ ପୋଷ୍ଟ ସେୟାର କରି ଲେଥିଛନ୍ତି ଅର୍ଜୁନ ଆଜି ତୁମର କ୍ରିକେଟର ଭାବରେ ତୁମ ଯାତ୍ରା ଆରମ୍ଭ କରୁଛ । ତୁମ ପିତା ଯେମିତି ଖେଳକୁ ସମ୍ମାନ ଶ୍ରଦ୍ଧା କରୁଥିଲେ ତୁମେବି ସେହିପରି ସମ୍ମାନ ଶ୍ରଦ୍ଧା କରିବ ବୋଲି ମୋର ବିଶ୍ୱାଶ ଅଛି । ତା ସହ ସଚିନ ତେନ୍ଦୁଲକର ଓ ଅର୍ଜୁତ ତେନ୍ଦୁଲକର କଥା ହେବାର ଦେଥିବାକୁ ମିଳୁଛି ଅନ୍ୟ ଏକ ଫଟେରେ ଅର୍ଜୁନ ବୋଲିଙ୍ଗ କରିବାର ଦେଖିବାକୁ ମିଳୁଛି ।

Related posts

ହଲ୍ ଅଫ୍ ଫେମରେ ସଚିନ

ଲର୍ଡସ୍ ଟେଷ୍ଟ ଜିତିବା ପାଇଁ ସମସ୍ତ ସୀମା ଅତିକ୍ରମ କଲା ଇଂଲଣ୍ଡ

Odisha Sports Bureau

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

Odisha Sports Bureau