Cricket

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ ତେନ୍ଦୁଲକର, ଯୋଗ ଦେଲେ ବଡ଼ ବଡ଼ ଖେଳାଳି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ସେ ସାନିଆ ଚାନ୍ଦୋକଙ୍କ ସହ ସାତଫେରା ନେଇଛନ୍ତି। ଏହି ବିବାହ ଉତ୍ସବ ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଥିଲା। ବିବାହ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ମହାଲକ୍ଷ୍ମୀ ରେସ୍ କୋର୍ସରେ ଏକ ମେହେନ୍ଦି ଉତ୍ସବ ଆୟୋଜିତ ହୋଇଥିଲା। ଏହି ସମାରୋହରେ କ୍ରିକେଟ ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ। ବିବାହ ଅନୁଷ୍ଠାନରେ ଅତିଥି ଭାବରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀ, ପୂର୍ବତନ ଦ୍ରୁତ ବୋଲର ଓ ବର୍ତ୍ତମାନର ଚୟନକର୍ତ୍ତା ଅଜିତ୍ ଅଗରକର, ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାଭିଡ୍ ଓ ତାଙ୍କ ପତ୍ନୀ ବିଜେତା ପେନ୍ଧାରକରଙ୍କ ସହ ଯୋଗ ଦେଇଥିଲେ। ଏହା ସହ ଅଜିଙ୍କ୍ୟ ରାହାଣେ, ଅନିଲ କୁମ୍ବଲେ, ସୁରେଶ ରୈନା, ଭେଙ୍କଟେଶ ପ୍ରସାଦ, ଆକାଶ ଚୋପ୍ରା ଏବଂ ୟୁସୁଫ ପଠାନଙ୍କ ସହିତ ଅନେକ ପୂର୍ବତନ କ୍ରିକେଟର ଉପସ୍ଥିତ ଥିଲେ।

ତେନ୍ଦୁଲକର ପରିବାରର ଏହି ବିବାହ ଉତ୍ସବରେ ରାଜନୀତିକ ମହଳର ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସେଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ମଧ୍ୟ ରହିଛି। ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ ଜଣେ ଉଦ୍ୟୋଗୀ। ସେ ମୁମ୍ବାଇର ଶିଳ୍ପପତି ରବି ଘାଇଙ୍କ ନାତୁଣୀ। ସାନିଆଙ୍କର ଏକ ପେଟ୍ କେୟାର ବ୍ରାଣ୍ଡ ଅଛି, ଯାହା ପୋଷା ପ୍ରାଣୀମାନଙ୍କ ପାଇଁ ତ୍ୱଚା ଯତ୍ନ, ଗ୍ରୁମିଂ ଓ ଅନ୍ୟାନ୍ୟ ଉତ୍ପାଦ ତିଆରି କରେ। ଉଲ୍ଲେଖନୀୟ ଯେ, ଅର୍ଜୁନ ତେନ୍ଦୁଲକର ମଧ୍ୟ ଜଣେ ପେଶାଦାର କ୍ରିକେଟର। ସେ IPL ରେ ଖେଳନ୍ତି ଏବଂ ୨୦୨୬ ଆଇପିଏଲରେ Lucknow Super Giants ପକ୍ଷରୁ ଖେଳିବେ। ତେବେ ଏହି ଋତୁରେ ତାଙ୍କୁ କେତେ ସୁଯୋଗ ମିଳୁଛି ଓ ସେ କିପରି ପ୍ରଦର୍ଶନ କରୁଛନ୍ତି ତା’ଉପରେ କ୍ରିକେଟ ପ୍ରେମୀମାନଙ୍କ ନଜର ରହିବ।

Related posts

ଭାରତର ବଡ଼ ବିଜୟ ପରେ କ୍ୟାପଟେନ୍ସିକୁ ନେଇ ରୋହିତ ଶର୍ମାଙ୍କ ମତ

Odisha Sports Bureau

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

Odisha Sports Bureau

ଟିମ୍ ଇଣ୍ଡିଆର ନୂତନ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସାମନାରେ ବଡ ଆହ୍ୱାନ