Wrestling

ପରିସ୍ରା ନମୁନା ନଦେବା ମହଙ୍ଗା ସାବ୍ୟସ୍ତ : ନିଲମ୍ବନ ହେଲେ ବଜରଙ୍ଗ ପୁନିଆ

Bajrang Punia suspended by NADA after failing to give urine sample for dope testing

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ନିଲମ୍ବନ ସାମୟିକ ବୋଲି କୁହାଯାଉଥିବା ବେଳେ ଯେପର୍ଯ୍ୟନ୍ତ ଏହା କୋହଳ ହୋଇନାହିଁ କୁସ୍ତିଯୋଦ୍ଧା ପୁନିଆ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ବଜରଙ୍ଗ ପୁନିଆଙ୍କୁ ତାଙ୍କ ପରିସ୍ରା ନମୁନା ଦେବାକୁ କହିଥିଲା। କିନ୍ତୁ ଷ୍ଟାର ରେସଲର ନାଡାର ଏହି ନିଦ୍ଦେର୍ଶକୁ ଅଣାଦେଖା କରିଥିଲେ। ଏଣୁ ନାଡା ତାରକା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି। ଗତମାସ ୨୩ ତାରିଖରୁ ଏହି ନିଲମ୍ବନ ଆଦେଶ ଲାଗୁ କରାଯାଇଥିଲା ବେଳେ ଚଳିତ ମାସ ୭ ତାରିଖ ସୁଦ୍ଧା ଏହାର କାରଣ ସ୍ପଷ୍ଟ କରିବାକୁ ତାଙ୍କୁ ନାଡା ନିର୍ଦ୍ଦେଶ ଦେଇଛି।

ଉତ୍ତର ନରଖିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛି। ଏସୀୟ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଗତ ମାର୍ଚ୍ଚ ୧୦ ତାରିଖରେ ହରିୟାଣାର ସୋନେପତରେ ଆୟୋଜିତ ଚୟନ ଶିବିରରେ ବଜରଙ୍ଗ ନିଜ ଲଢ଼େଇ ହାରିଯାଇଥିଲେ। ଏହା ପରେ ଡୋପ୍ ପରୀକ୍ଷା ଲାଗି ନମୁନା ପ୍ରଦାନ ନକରି ଆୟୋଜନ ସ୍ଥଳରୁ ଚାଲିଯାଇଥିଲେ।

ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛି ନାଡା। ଏହି ଅଭିଯୋଗକୁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ବଜରଙ୍ଗ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ନମୁନା ସଂଗ୍ରହ କରିବା ଲାଗି ପୁରୁଣା ଓ ସମୟ ଚାଲିଯାଇଥିବା କିଟ୍ ବ୍ୟବହାର କରିଥିବାରୁ ଏହାକୁ କେବଳ ବଦଳାଇବାକୁ ମୁଁ କହିଥିଲି। ମୋ ଓକିଲ ଏହି ଆଦେଶ ବିରୋଧରେ ଉତ୍ତର ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ।

Related posts

ଘରକୁ ଫେରିଲେ କୁସ୍ତିଯୋଦ୍ଧା

Odisha Sports Bureau

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ