Wrestling

କୁସ୍ତିଯୋଦ୍ଧାଙ୍କ ବିଜେପି ମହିଳା ସାଂସଦଙ୍କୁ ଚିଠି

ନୂଆଦିଲ୍ଳୀ : ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ୨୨ତମ ଦିବସରେ ପହଞ୍ଚିଛି । ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପିର ୬ଥର ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଭିନେଶ ଫୋଗାଟ ଓ ସାକ୍ଷୀ ମଲ୍ଲିକ । ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ କୁସ୍ତିଯୋଦ୍ଧାମାନେ କହିଛନ୍ତି, ‘ସରକାର ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ୍ ଦେଉଛନ୍ତି, କିନ୍ତୁ ଆମେ ଦେଶର ଝିଅମାନେ ଦୀର୍ଘ ୩ ସପ୍ତାହ ହେଲାଣି ଆନ୍ଦୋଳନ ଚଳାଇଥିବା ବେଳେ ଶାସକ ଦଳର ଜଣେ ହେଲେ ମହିଳା ସାଂସଦ ଘଟଣାସ୍ଥଳକୁ ଆସିନାହାନ୍ତି କି ସମର୍ଥନ ଦେଇନାହାନ୍ତି। ସେମାନଙ୍କୁ ଆମେ ଅନୁରୋଧ କରି ଚିଠି ଲେଖିଛୁ, ଏହା ମେଲ୍ ଯୋଗେ ପଠାଯିବା ସହ ଆମ କୁସ୍ତି ବଂଧୁମାନେ ମଧ୍ୟ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଚିଠି ପ୍ରଦାନ କରିବେ। କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଈରାନୀଙ୍କ ସମେତ ବିଜେପିର ମୋଟ ୪୩ ଜଣ ମହିଳା ସାଂସଦଙ୍କୁ ଏହି ଚିଠି ପ୍ରଦାନ କରାଯିବ।

Related posts

କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ କୁସ୍ତି ମହାସଂଘ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ମହମବତି ଶୋଭାଯାତ୍ରା