Cricket

ଘରୋଇ ପିଚରେ ଚେନ୍ନାଇକୁ ରୋକିଲା କୋଲକାତା

ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା । ଚେନ୍ନାଇ ନିଜ ପିଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍ କରିଥିଲା । ଆଇପିଏଲର ଚଳିତ ସଂସ୍ମରଣରେ ଚେନ୍ନାଇର ଏହା ସର୍ବନିମ୍ନ ସ୍କୋର୍ । ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ କୋଲକାତା ସଙ୍କଟରେ ପଡ଼ିଥିଲେ ମଧ୍ୟ ରିଙ୍କୁ ସିଂହ ଏବଂ ନୀତୀଶ ରାଣା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ ସହିତ ୯୯ ରନ୍ର ଭାଗୀଦାରି ଗଢ଼ିଥିଲେ। କୋଲକାତା ୭ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏହି ମ୍ୟାଚ୍ ଜିତିଥିଲେ ଚେନ୍ନାଇ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍ ଯୋଗ୍ୟତା ସହ ୧-୨ ଭିତରେ ରହିବାକୁ ମଧ୍ୟ ନିଶ୍ଚିତ କରିଥା’ନ୍ତା। ଏହି ସମ୍ଭାବନା ଏବେ ବିଳମ୍ବିତ ହୋଇଛି। କୋଲକାତା କିନ୍ତୁ ଷଷ୍ଠ ବିଜୟ ସତ୍ତ୍ବେ ଚାପରେ ରହିଛି। ଉଭୟ ଦଳ ହାତରେ ଗୋଟିଏ ଲେଖାଏଁ ମ୍ୟାଚ୍ ରହିଛି। ସପ୍ତାହାନ୍ତ ଶନିବାର କୋଲକାତା-ଲକ୍ଷ୍ନୌ ଏବଂ ଚେନ୍ନାଇ-ଦିଲ୍ଲୀ ମୁକାବିଲା ହେବ।

Related posts

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର

Odisha Sports Bureau

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେନି ଶୁଭମନ ଗିଲ ଜଣାଇଲା ବୋର୍ଡ

Odisha Sports Bureau